ଚଣ୍ଡିଗଡ଼,୨୫।୬: ବଳାତ୍କାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ଆତ୍ମଘୋଷିତ ବାବା ରାମ ରହିମ ସିଂ ପାରୋଲରେ ଆସିବାକୁ ଯେତିକି ବ୍ୟଗ୍ର ତାଙ୍କୁ ବାହାରକୁ ଆଣିବାକୁ ହରିୟାଣା ସରକାର କୁଆଡେ ସେତିକି ବ୍ୟଗ୍ର ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏଥିପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚେଷ୍ଟା ଚଳାଇଥିବା ଜଣାପଡିଛି। ଯଦିଓ ଏହା ସରକାରୀ ସ୍ତରରେ ଘୋଷଣା କରାଯାଇନାହିଁ ତଥାପି ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ରାମ ରହିମଙ୍କର ସାଧାରଣ ଜନତାଙ୍କ ଭଳି ବଞ୍ଚିବାର ଅଧିକାର ରହିଛି। ଏହି କଥାରୁ ଅନୁମାନ କରାଯାଉଛି କି ରାମ ରହିମଙ୍କୁ ଜେଲ ବାହାରକୁ ଆଣିବାକୁ ହରିୟାଣା ସରକାର ଇଚ୍ଛା ପ୍ରକାଶ କରିଛନ୍ତି।