ବେଙ୍ଗାଲୁରୁ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ଏବଂ ରାମ ରାଜ୍ୟର ସ୍ବପ୍ନ ଦେଖାଇ ପ୍ରକୃତପକ୍ଷେ ରାବଣ ରାଜ୍ୟର ନିର୍ମାଣ କରୁଛନ୍ତି ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ଅଭିଯୋଗ କରିଛନ୍ତି। ଦେଶରେ ବେକାରିଙ୍କ ସଂଖ୍ୟା ବଢୁଥିବାବେଳେ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ କେନ୍ଦ୍ର ସରକାର ବିଫଳ ରହିଛନ୍ତି। ମୋଦି ସରକାରଙ୍କ ମୁଦ୍ରା ଯୋଜନା ଏବଂ ଷ୍ଟାର୍ଟ ଅପ୍ ଇଣ୍ଡିଆର କୌଣସି ଖୋଜ୍ ଖବର ନ ଥିବା ସେ କହିଛନ୍ତି। ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଖାଦ୍ୟ କିଣି ଖାଇବା ପାଇଁ ପାଖରେ ପଇସା ନ ଥିବାରୁ ଲୋକେ ହନ୍ତସନ୍ତ ହେଉଥିବା କହି ସିଦ୍ଧାରମେୟା ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।