Categories: ଜାତୀୟ

ରାଲି ସମୟରେ କୈଳାଶ ବିଜୟବର୍ଗିୟଙ୍କୁ ଅଟକ

କୋଲକାତା,୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସମର୍ଥନରେ ବାହାରିଥିବା ରାଲିରୁ ଭାଜପା ମହାସଚିବ କୈଳାଶ ବିଜୟବର୍ଗିୟଙ୍କୁ ଉଠାଇନେଲା ପୋଲିସ। ଶୁକ୍ରବାର ସିଏଏ ସମର୍ଥନରେ କୈଳାଶ ଏକ ଅଭିନନ୍ଦନ ରାଲିର ଆୟୋଜନ କରିଥିଲେ। ଏହି ରାଲି କୋଲକାତାର ଟାଲିଗଞ୍ଜ ଫେରିରୁ ଆରମ୍ଭ ହେବାର ଥିଲା। ଯେତେବେଳେ ଭାଜପା ନେତାମାନେ ଏହି ରାଲି ଆରମ୍ଭ କରିଥିଲେ, ସେହି ସମୟରେ କୋଲକାତା ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଅନ୍ୟତ୍ର ସ୍ଥାନକୁ ନେଇଯାଇଥିଲା। କାରଣ ଏହି ରାଲି ପାଇଁ କୈଳାଶ ପୂର୍ବରୁ ପୋଲିସଠାରୁ ଅନୁମତି ନେଇ ନ ଥିବା ଜଣାପଡ଼ିଛି। ତେଣୁ ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Share