ରାଶନକାର୍ଡ ଅନିୟମିତତାର ତଦନ୍ତ ପାଇଁ ଓଏଚ୍‌ଆର୍‌ସିଙ୍କୁ ଅଭିଯୋଗ

ଭୁବନେଶ୍ୱର,୧୯ା୫ (ବ୍ୟୁରୋ): ଯାଜପୁର ଜିଲାର ଧର୍ମଶାଳା, ବିଞ୍ଝାରପୁର ଓ ଓରେଇ ଆଦି ଅଞ୍ଚଳରେ ଭୂତ କାର୍ଡ ମାଧ୍ୟମରେ ହିତାଧିକାରୀଙ୍କ ସାମଗ୍ରୀ ଓ ଟଙ୍କା ହରିଲୁଟ ହେଉଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ଦାବି କରି ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ପିଟିଶନ ହୋଇଛି। ମାନାବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ଯୋଗାଣ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ, ପିଆର୍‌ଆଇ ପ୍ରତିନିଧି ଏବଂ ବିକ୍ରେତାମାନେ ଗରିବଙ୍କ ଖାଦ୍ୟ ଶସ୍ୟ ଲୁଟ କରିଛନ୍ତି। ମୃତକଙ୍କ ନାମରେ ଚାଉଳ, ରିଲିଫ ଟଙ୍କା ହଡ଼ପ ହୋଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ଅନେକ ଭୂତ କାର୍ଡ ଯୋଡାଯିବା ହେତୁ ପ୍ରକୃତ ହିତାଧିକାରୀ ବଞ୍ଚତ୍ତ ହୋଇଛନ୍ତି। ଘଟଣାର ତଦନ୍ତ କରିବାସହ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରଦୀପ୍ତ କମିଶନଙ୍କୁ ନିବେଦନ କରିଛନ୍ତି।

Share