ରାଶନକାର୍ଡ ଦାବିରେ ମହିଳାଙ୍କ ବିକ୍ଷୋଭ

ପୁରୁଷୋତ୍ତମ ପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗରିବ ଖଟିଖିଆ ଶ୍ରମିକ ଶେଣୀର ଲୋକେ ଦାନା ଯୋଗାଣ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଭରି ପରିସ୍ଥିତିରେ ଗରିବ ଲୋକଙ୍କୁ ଦିଆଯାଇଥିବା ରାଶନକାର୍ଡ କାଟି ଦିଆଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପୁର ପଞ୍ଚାୟତ, ଶିକୁଳା ପଞ୍ଚାୟତ ସହ ବିଭିନ୍ନ ସ୍ଥାନରେ। ଏପରିକି କେତେକ ଗରିବ ହିତାଧିକାରୀଙ୍କୁ ମଧ୍ୟ ରାଶନ କାର୍ଡ ମିଳିନାହିଁ। ଏନେଇ ଶୁକ୍ରବାର ଶିକୁଳା ଓ ଅନ୍ୟାନ୍ୟ ପଞ୍ଚାୟତର ବହୁ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସି କଟିଯାଇଥିବା ରାଶନକାର୍ଡ କାର୍ଯ୍ୟକ୍ଷମ କରିବା ସହ ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ଦେବାକୁ ଦାବି କରି ବିକ୍ଷୋଭ ଥିଲେ।
ଏନେଇ ଯୋଗାଣ ନିରୀକ୍ଷକ ପିତାମ୍ବର ସେଠୀ କହିଛନ୍ତି ଯେ, ବର୍ତ୍ତମାନ ନୂତନ କାର୍ଡ ପ୍ରଦାନ କରିବା ସମ୍ଭବ ନୁହେଁ। ଯେଉଁ ହିତାଧିକାରି ଗତ ମାସ ସୁଦ୍ଧା ନିୟମିତ ରାଶନ ସାମଗ୍ରୀ ପାଉଛନ୍ତି ସେମାନଙ୍କଏହି ସମୟରେ କଟିବା କଥା ନୁହେଁ। କୌଣସି କାରଣବଶତଃ କଟିଯାଇଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି। ସେଥିମଧ୍ୟରୁ କେତେଜଣଙ୍କ କାର୍ଡ କାର୍ଯ୍ୟକ୍ଷମ ହୋଇସାରି ଆସିସାରିଛି। ସମସ୍ତ କାର୍ଡଧାରୀ ଯେପରି ଖାଉଟି ସାମଗ୍ରୀ ପାଇପାରିବେ ସେନେଇ ପଦକ୍ଷେପ ନେବି।

Share