ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍‌ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ

ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଶନ ସାମଗ୍ରୀ ନେଉଥିବା ୪୫ ହଜାର ହିତାଧିକାରୀ ବାଦ୍‌ ପଡିବା ସମ୍ଭାବନା ରହିଛି। ସରକାର ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ରାଶନ କାର୍ଡ଼ ସହିତ ଆଧାର ଲିଙ୍କ୍‌ କରିବା ପାଇଁ ହିତାଧିକାରୀମାନଙ୍କୁ କହିଥିବା ବେଳେ ଜିଲାରେ ଏ ପର୍ଯ୍ୟନ୍ତ ୪୫ ହଜାର ହିତାଧିକାରୀ ରାଶନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ (ଲିଙ୍କ୍‌) କରିନାହାନ୍ତି। ବିଭିନ୍ନ ତ୍ରୁଟି ଯୋଗୁ ଲୋକମାନେ ଆଧାର କାର୍ଡ଼ ପାଇ ନ ଥିବା ବେଳେ କିଛି ସ୍ଥାନରେ ଭୂତ ହିତାଧିକାରୀ ରାଶନ ସାମଗ୍ରୀ ଉଠାଉଥିବାରୁ ଏହିଭଳି ଅବ୍ୟବସ୍ଥା ଦେଖା ଯାଇଥିବା ନେଇ ଆଲୋଚନା ହେଉଛି। ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୧ ଲକ୍ଷ ୯୯ ହଜାର ୩୪୭ ପରିବାରର ୭ ଲକ୍ଷ ୧୪ ହଜାର ୮୮୭ ଜଣ ହିତାଧିକାରୀ ରାଶନ ସାମ୍ରଗୀ ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଚଳିତମାସ ୧୦ ତାରିଖ ସୁଦ୍ଧା ୬ ଲକ୍ଷ ୬୯ ହଜାର ୭୯୧ ଜଣ ହିତାଧିକାରୀ ରାଶନ କାର୍ଡ଼ ସହିତ ସେମାନଙ୍କର ଆଧାରକାର୍ଡ଼ ସଂଯୋଗ କରିଛନ୍ତି। ବଳକା ୪୫,୦୯୬ ଜଣ ହିତାଧିକାରୀ ସେମାନଙ୍କ ରାଶନ କାର୍ଡ଼ ସହିତ ଆଧାର କାର୍ଡ଼ ସଂଯୋଗ କରିନାହାନ୍ତି।
ପ୍ରକାଶ ଯେ, ଭାପୁର ବ୍ଲକରେ ୮୦,୪୩୬ ହିତାଧିକାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬,୧୩୭, ଦଶପଲ୍ଲା ବ୍ଲକରେ ୭୮,୪୨୯ ହିତାଧିକାରୀଙ୍କ ମଧ୍ୟରୁ ୭୨,୮୦୬, ଗଣିଆ ବ୍ଲକରେ ୩୦,୦୨୩ ହିତାଧିକାରୀଙ୍କ ମଧ୍ୟରୁ ୨୯,୧୪୧, ଖଣ୍ଡପଡ଼ା ବ୍ଲକରେ ୮୦,୦୩୩ ହିତାଧିକାରୀଙ୍କ ମଧ୍ୟରୁ ୭୬,୧୩୫, ଖଣ୍ଡପଡ଼ା ଏନ୍‌ଏସିରେ ୪,୪୧୯ ହିତାଧିକାରୀଙ୍କ ମଧ୍ୟରୁ ୪,୩୮୯, ନୟାଗଡ଼ ବ୍ଲ୍ଳକରେ ୧,୧୪,୬୧୨ ହିତାଧିକାରୀଙ୍କ ମଧ୍ୟରୁ ୧,୦୬,୭୪୪, ନୟାଗଡ଼ ମ୍ୟୁନିସିପାଲିଟିରେ ୬,୫୮୫ ହିତାଧିକାରୀଙ୍କ ମଧ୍ୟରୁ ୫,୫୧୬, ନୂଆଗାଁ ବ୍ଲକରେ ୭୦,୫୫୭ ହିତାଧିକାରୀଙ୍କ ମଧ୍ୟରୁ ୬୬,୬୫୫, ଓଡ଼ଗାଁ ବ୍ଲକରେ ୧,୨୪,୯୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧,୧୬,୪୯୮, ରଣପୁର ବ୍ଲକରେ ୧,୨୪,୮୨୬ ହିତାଧିକାରୀଙ୍କ ମଧ୍ୟରୁ ୧,୧୫,୭୭୦ ଜଣ ରାଶନ କାର୍ଡ଼ ସହିତ ଅଧାର କାର୍ଡ଼କୁ ସଂଯୋଗ କରିଛନ୍ତି। ଜିଲାରେ ୪୫ ହଜାର ହିତାଧିକାରୀ ଆଧାର କାର୍ଡ଼ ସଂଯୋଗ ନ କରିବାର ବିଭିନ୍ନ କାରଣ ରହିଛି। କିଛି ସ୍ଥାନରେ ପରିବାରରୁ ଝିଅମାନେ ବିବାହ କରି ଚାଲି ଯାଇଥିବା ବେଳେ ସେମାନଙ୍କ ନାମରେ ରାଶନ ସାମଗ୍ରୀ ଉଠାଇ ନିଆଯାଉଛି। ସେହିଭଳି କିଛି ସ୍ଥାନରେ ଥିଲାବାଲା ରାଶନ କାର୍ଡ଼ ହାତେଇ ଥିବାରୁ ସେମାନେ ଆଧାର ସଂଯୋଗ କରି ନାହାନ୍ତି। ଏପରି ସ୍ଥଳେ ଜିଲା ଯୋଗାଣ ବିଭାଗ ଆଧାର କାର୍ଡ଼ ସଂଯୋଗ କରି ନ ଥିବା ହିତାଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ନେଇ ଆଲୋଚନା ହେଉଛି। ଏ ନେଇ ଜିଲା ଯୋଗାଣ ଅଧିକାରୀ ବିକ୍ରମ କୁମାର ମାଝୀଙ୍କୁ ପଚାରିବାରୁ ସେ କୁହନ୍ତି ଜିଲାରେ ଗତ ୧୦ ତାରିଖ ସୁଦ୍ଧା ୪୫,୦୯୬ ଜଣ ହିତାଧିକାରୀ ସେମାନଙ୍କର ରାଶନ କାର୍ଡ଼ ସହିତ ଆଧାର କାର୍ଡ଼ ସଂଯୋଗ କରିନାହାନ୍ତି। ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ଆଧାର ଲିଙ୍କ କରିବା ପାଇଁ ସମୟ ଦିଆଯିବ। ଏହି ସମୟ ଭିତରେ ଆଧାର କାର୍ଡ଼ ଲିଙ୍କ ନ କଲେ ସେମାନଙ୍କ ନାମ କଟିଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri