କୃଷ୍ଣପ୍ରସାଦ,୧୫ା୫(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଖିରିସାହି ଗ୍ରାମରେ ରାଶନ କାର୍ଡ ହିତାଧିକାରୀଙ୍କୁ ମଙ୍ଗଳବାର ରିଲିଫ ପ୍ରଦାନ କରାଯାଇଛି| ପ୍ରତି କାର୍ଡ ପିଛା ୫୦କେଜି ଚାଉଳ, ୨ହଜାର ଟଙ୍କା, ପଲିଥିନ୍ ଯୋଗାଇ ଦିିଆଯାଇଛି ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ତରେଇ, ସରପଞ୍ଚ କ୍ଷଣପ୍ରଭା କରଣ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଜିଆର୍ଏସ୍ ବିପିନ କୁମାର ତରେଇ ପ୍ରମୁଖ ଉପସ୍ଥିତ ରହି ସହାୟତା ବଣ୍ଟନ କରିଥିଲେ ା ଏଥିସହିତ ଖିରିସାହି, ମହିଷା, ପରଳା ବିଦ୍ୟାଳୟ ସମେତ ବ୍ରହ୍ମପୁରର ୩ ସ୍ଥାନରେ ଦୁଇବେଳା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ତେବେ ୨ଶହରୁ ଊର୍ଦ୍ଧ୍ୱ ପରିବାରକୁ ପଲିଥିନ ନ ମିଳିବାରୁ ସେମାନେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି। ତେଣୁ ଅବଶିଷ୍ଟ ଲୋକଙ୍କ ତୁରନ୍ତ ପଲିଥିନ୍ ଯୋଗାଇ ଦେବାକୁ ସରପଞ୍ଚ ପ୍ରଶାସନ ନିକଟରେ ଦାବି କରିଛନ୍ତି।