ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା ଦରରେ ପିଆଜ ବିକ୍ରି କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦିଲ୍ଲୀରେ ପିଆଜ କିଲୋ ପିଛା ଦାମ୍ ୩୯-୪୦ ଟଙ୍କା ଥିବା ବେଳେ ସ୍ଥାନେ ସ୍ଥାନେ ଏହା ୫୦ ଟଙ୍କା ମଧ୍ୟ ବିକ୍ରି ହେଉଛି। ହେଲେ ରାଶନ ଦୋକାନରେ ଏବେ ଏହା ୨୩ଟଙ୍କା ୯୦ ପଇସାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(ନାଫେଡ) ଓ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘର ସହାୟତାରେ ଏବେ ଏହାକୁ ବିକ୍ରି କରାଯାଉଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।