ଚନ୍ଦ୍ର ସମେତ ଶୁକ୍ର ଓ ଶନି ଅନୁକୂଳ ପରିବେଶରେ ଥିବାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ । କୃତ୍ତିକା ନକ୍ଷତ୍ର ବହୁ ପ୍ରତୀକ୍ଷିତ ଖବରଟି ପାଇ ଖୁସୀ ହୋଇଯାଇପାରନ୍ତି । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ଆଶଙ୍କା ରହିଛି ।
ଚନ୍ଦ୍ରଙ୍କ ସ୍ଥିତି ଭାଇ,ଭଉଣୀ,ପାଖ,ପଡୋଶୀ କିମ୍ବା ସହକର୍ମୀଙ୍କ ପ୍ରତି ସୁସମ୍ପର୍କ ହ୍ରାସ କରିପାରେ । ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଦୈନନ୍ଦିନର କାର୍ଯ୍ୟରେ ଯେତେଦୂର ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।
ଆଜିର ଚନ୍ଦ୍ର ଆପଣଙ୍କୁ ପାରିବାରିକ ଭୋଗବିଳାସ ସହ କର୍ମଦକ୍ଷତା ହେତୁ ସାମାଜିକ ସମ୍ମାନ ବୃଦ୍ଧି କରିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିସ୍ଥିତିକୁ ଅପେକ୍ଷା କରି ବିରକ୍ତି ପ୍ରକାଶ କରିପାରନ୍ତି । ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିଲେ ମଧ୍ୟ ରାହୁ ଦୃଷ୍ଟ ଚନ୍ଦ୍ର ମନରେ ଅଯଥା ଭୟ ଓ ଆଶଙ୍କା ସୃଷ୍ଟି କରିପାରେ ।
କର୍ମସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଯୋଗୁଁ ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହ ଯୋଗର ହାତ ବଢାଇବେ । ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ଅନ୍ୟଥା ବିପଦରେ ପଡିପାରନ୍ତି ।
କେତୁଙ୍କ ସ୍ଥିତି କାରଣରୁ କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ମଧ୍ୟ ଠିକ୍ ହେବ ନାହିଁ । ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ଚେଷ୍ଟା କରୁଥିବା କାମ,ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ । କଥା କହୁ ନ ଥିବା ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ ।
ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଅନ୍ୟ ମାନଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନେ ତାହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ଅସାବଧାନତା କାରଣରୁ ଆଘାତ ପ୍ରାପ୍ତି କିମ୍ବା ଧନହାନିର ସମ୍ଭାବନା ରହିଛି । ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ ।
ଚନ୍ଦ୍ର ପାପଗ୍ରହ ଦୃଷ୍ଟିରେ ଥିବାରୁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେଷ କରିପାରିବେନି । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ,ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି ।
ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁଁ ଅତୀତ ସ୍ମୃତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରି ମାନସିକ ସ୍ଥିତିକୁ ଚିନ୍ତିତ କରାଇପାରେ । କାଳେ ସାହାଯ୍ୟ କରିବାକୁ ବନ୍ଧୁ କହିପାରନ୍ତି,ଏହି କଥା ମନରେ ଚିନ୍ତାକରି ନିକଟ ସମ୍ପର୍କୀୟମାନେ ମଧ୍ୟ ଆଜି ପାଖ ମାଡିବେ ନାହିଁ । କିନ୍ତୁ ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହା କି କାମକୁ ଆସିବ ।
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଚତୁର୍ଥସ୍ଥ ରବି ଓ ବୁଧଙ୍କ ଯୋଗୁଁ ପୂର୍ବରୁ ପରିକଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି ।
କର୍ମାଧିପ କୋଣଭାବସ୍ଥ ଯୋଗୁଁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ କିନ୍ତୁ ଉତ୍ତରାଷାଢା ନକ୍ଷତ୍ର ନିଜ ଦୋଷରୁ ତାହା ହରାଇପାରନ୍ତି । ମନ ବୁଝିଲାଭଳି କଥା କହି ପାଖ,ପଡୋଶୀମାନେ ନିଜର କାର୍ଯ୍ୟ ହାସଲ କରିନେବେ ।
ଦ୍ୱାଦଶଭାବରେ କର୍ମାଧିପ ଥିବାରୁ କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ ।
ନୀଚାଂଶରେ ଦେବଗୁରୁ ରହିଥିବାରୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ । ଆଗାମୀ ମାଙ୍ଗଳିକ ଉସତ୍ବ କିମ୍ବା ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ପ୍ରସ୍ତୁତିପଥେ କର୍ମମୁଖର ରହିପାରନ୍ତି । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।