Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୧୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଦୃଷ୍ଟିରେ କର୍ମସ୍ଥ ଶୁକ୍ର ହେତୁ ଧାର୍ମିକକାର୍ଯ୍ୟ ସକାଶେ ମନ ବଳାଇବେ। ପାରିବାରିକ ସ୍ତରରେ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ସବୁ କାମରେ ଆଗୁଆ ରହି କାମ କରିବା ହେତୁ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ମିଥୁନ
ମିଥୁନ
ଧର୍ମଭାବକୁ ଗଣତନ୍ତ୍ରାଧିପ ଗ୍ରହ ଶନିଙ୍କ ଦୃଷ୍ଟିରୁ ସାମୂହିକ ଭାବରେ ଧର୍ମଭାବାମତ୍ନ କର୍ମ କରିବେ। ଆଜି ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ। କୌଣସି ବ୍ୟଚ୍ଛିଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଅନୁତାପ କରିବାକୁ ପଡିପାରେ। ଆରଦ୍ରା ନକ୍ଷତ୍ରର ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ପାରଷ୍ପରିକ ବିଷମଦୃଷ୍ଟି ଅର୍ଥାଭାବ ନଥାଇ ମଧ୍ୟ ଅଭିଳଷିତ କାର୍ଯ୍ୟ କରିପାରିବେ ନାହିଁ। ଆପଣଙ୍କୁ କୈାଣସି ବନ୍ଧୁ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣରେ ପକାଇବାକୁ ଚେଷ୍ଟା କରିବାର ସୂଚନା ରହିଛି। ପୁନର୍ବସୁ ନକ୍ଷତ୍ର ସକାଶେ ବ୍ୟବସାୟ,ବାଣିଜ୍ୟ ଓ ପରିବହନ, ପ୍ରଶାସନ, ସଂଗଠନ, ରାଜନୀତିରେ ସଫଳତା ମିଳିବ।
ସି˚ହ
ସି˚ହ
ଆଜି ରାହୁଯୁକ୍ତ ଚନ୍ଦ୍ର ହେତୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ। ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଦିନ ଗୋଟାଏ ପରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ମାନଙ୍କ କ୍ଷେତ୍ରରେ ରୋଗ, ଋଣ ଓ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
କନ୍ୟା
ଆଜି ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁ କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ଆଶ୍ୱସ୍ଥି ପାଇ ପାରିବେ ନାହିଁ। ସକାଳୁ ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇ ପାରନ୍ତି। ବିବାଦୀୟ ଘଟଣାରେ ନୀରବତା ଓ ବ୍ୟବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ତୀର୍ଥାଟନ, ବନ୍ଧୁମିଳନ, ଧର୍ମକାର୍ଯ୍ୟ, ମିତ୍ରଙ୍କ ଆନୁଗତ୍ୟ ପ୍ରତ୍ୟେକ କାମରେ ସହାୟକ ହେବ।
ତୁଳା
ତୁଳା
ଧନାଧିପତିଙ୍କ ଧନଭାବ ମଣ୍ଡନ କାରଣରୁ ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ମାନସିକ ଶାନ୍ତି ପ୍ରଦାନ କରିବ। ନିଜ ଲୋକ ମାନଙ୍କୁ ଅତି ନିକଟରେ ପାଇ ସାମୟିକ ମନଦୁଃଖକୁ ଭୁଲି ଯାଇପାରନ୍ତି। ପ୍ରଶାସନିକ ପରିଚାଳନା, ନୂତନକାର୍ଯ୍ୟାରମ୍ଭର ପରିକଳ୍ପନା, ସଭାସମିତିର ଆଲୋଚନା ଯଥାବିଧି ସମ୍ପନ୍ନ ହେବ।
ବିଛା
ବିଛା
ନୂତନକାର୍ଯ୍ୟାରମ୍ଭ ସକାଶେ ପାରିବାରିକ ସ୍ବୀକୃତି ସଙ୍ଗକୁ ବନ୍ଧୁବର୍ଗଙ୍କ ସାହାଯ୍ୟ,ସହଯୋଗ କାମଟିକୁ ତ୍ୱରାନ୍ବିତ କରିବ। ଈର୍ଷା ଓ ଅସୂୟା ମନୋଭାବ ନେଇ ନିକଟ ସମ୍ପର୍କୀୟ ମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷର ବାତାବରଣ ମନକୁ ବିଚଳିତ କରିପାରେ।
ଧନୁ
ଧନୁ
ଦ୍ୱିତୀୟସ୍ଥ ରବି ଓ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କୁହାଇ ବନ୍ଧୁମାନଙ୍କ ବିରାଗଭାଜନ କରାଇପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ଆଶା କ୍ରମଶଃ ଉଜ୍ଜ୍ୱଳତର ହୋଇପାରେ।
ମକର
ମକର
କର୍ମାଧିପ ଉଚ୍ଚରୋହୀ ହୋଇଥିବାରୁ କାର୍ଯ୍ୟସିଦ୍ଧି ସଙ୍ଗକୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇପାରନ୍ତି। ଅର୍ଥନୈତିକ ପରିସ୍ଥିତିରେ କ୍ରମୋନ୍ନତିର ଝଲକ ଦେଖିବାକୁ ମିଳିବା ହେତୁ ଖୁସୀ ରହିବେ। ପ୍ରଶାସନିକ କ୍ଷେତ୍ରରେ, କଳା,ସାହିତ୍ୟ ,ବାଣିଜ୍ୟ,ବ୍ୟବସାୟରେ ସାମୟିକ ଭାବରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ରାହୁଙ୍କ ସ୍ଥିତି ଜନିତ ଭୁଲ୍‌ ନିଷ୍ପତି ଗ୍ରହଣ କରି ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ଶାରୀରିକ ଅସୁସ୍ଥତା, ବିବାଦୀୟ ଘଟଣା,ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିପାରନ୍ତି। ବୁଝାମଣା ଅଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବିତର୍କ ଓ ସମ୍ପର୍କରେ ଭଟ୍ଟା ପଡିଯାଇପାରେ।
ମୀନମୀନ
ଧନାଧିପ ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମନ ଭାରାକ୍ରାନ୍ତ ରହିବ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜି ଲି-ନାମାକ୍ଷର ବ୍ୟକ୍ତିଙ୍କ ଦୈହିକ ଓ ମାନସିକ ସୁସ୍ଥତା ବ୍ୟାହତ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri