Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ
ପାପଗ୍ରହଯୁକ୍ତ ନୀଚାରୋହୀ ଶୁକ୍ରଙ୍କ ପ୍ରଭାବରୁ ଆର୍ଥିକ ଅଭାବ, ଅନଟନ ନ ଥିଲେ କ’ଣ ହେଲା କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। କିନ୍ତୁ କୃତ୍ତିକା ନକ୍ଷତ୍ର ପାଇଁ ବିଶେଷ ଅସୁବିଧା ହେବନାହିଁ।
ବୃଷ
ବୃଷ
ତୃତୀୟଭାବସ୍ଥ ରବି ସହ ମଙ୍ଗଳ ଓ ବୁଧ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ କଳହର ସୂତ୍ରପାତ ହୋଇପାରେ। ତଥାପି ରୋହିଣୀ ନକ୍ଷତ୍ର ସକାଶେ କିୟତ୍‌ କ୍ଷଣ ପରେ ସମସ୍ତ ଅସୁବିଧା ସମୟାନ୍ତରରେ ଦୂ ରୀଭୂତ ହୋଇଯିବ। ବନ୍ଧୁ ଙ୍କଠାରୁ ଆବଶ୍ୟକ ସହଯୋଗ ଅବଶ୍ୟ ପାଇବେ। କର୍ମକ୍ଷେତ୍ରରେ ଥିବା ସମୟ ମଧ୍ୟରେ ଭୁଲ୍‌ ଖବର ପାଇ ବି ବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ରାଶି ପାଇଁ ଶନି ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କ ସକାଶେ ଅପବାଦ ବା ସମାଲୋଚନାର କାରଣ ହୋଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ମାତ୍ର କଚେରି ମାମଲା, ପରିବହନ ସମସ୍ୟା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ଗ୍ରହ ସ୍ଥିତି ମନ୍ଦ ନ ଥିବା କାରଣରୁ ଆପଣଙ୍କ ଆଜିର ଜୀବନଯାତ୍ରା ହସଖୁସି ମଧ୍ୟରେ ଅତିବାହିତ ହେବ। ମାତ୍ର ପୁଷ୍ୟା ନକ୍ଷତ୍ର ବନ୍ଧୁଙ୍କ ମଧୁର ଓ ସରଳ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଅବଶ୍ୟ କୌଣସି ବିବାଦୀୟ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇପାରିବ
ସି˚ହ
ସି˚ହ
ଚରରାଶିରେ ରାଶ୍ୟାଧିପତି ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିରଭାବରେ ବସାଇଦେଇ ନ ପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବା ଆଶଙ୍କା ରହିଛି। କିନ୍ତୁ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ବେପରୁଆ ଭାବରେ କାମକରି ମଧ୍ୟ ସାହାଯ୍ୟ ସହଯୋଗ ଲାଭକରି ସମସ୍ୟାମୁକ୍ତ ରହିବେ।
କନ୍ୟା
ଚନ୍ଦ୍ରଙ୍କ କୋଣଭାବରେ ରହି ବୃ ହସ୍ପତି ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ଆଜି ଯାହା କରନ୍ତୁନା କାହିଁକି ସଫଳତା ନିଶ୍ଚିତ ପାଇବେ।  ମିତ୍ରବନ୍ଧୁମାନେ ଆବଶ୍ୟକ ସମୟରେ ଆଶାଜନକ ସାହାଯ୍ୟ କରିପାରନ୍ତି। ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ନିମନ୍ତ୍ରଣ ପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିପାରନ୍ତି।
ତୁଳା
ତୁଳା
କର୍ମସ୍ଥାନସ୍ଥ ଗ୍ରହମାନେ ଆପଣଙ୍କୁ କର୍ମସାଫଲ୍ୟ ପ୍ରଦାନ କଲେହେଁ ପରିବାରରେ ମତଭେଦ ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ ଆଜିର କାମଗୁଡ଼ିକ ସମ୍ପନ୍ନହେବା କଷ୍ଟକର ହୋଇପଡ଼ିବ। ସ୍ବାତୀ ନକ୍ଷତ୍ର ଗୃହ ସମସ୍ୟା ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଶନିଙ୍କ ନକ୍ଷତ୍ରରେ ଚନ୍ଦ୍ର ସ୍ଥାନ ପ୍ରଭାବରେ ମାନସିକ ଅସ୍ଥିରତା ସାଙ୍ଗକୁ ଭାବପ୍ରବଣତା ସୃଷ୍ଟି କରିବ। ପାରିବାରିକ ସ୍ତରରେ କିଛି ନ କରି ବୃଥା ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପଡ଼ିବ। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ସାହିତ୍ୟ,କଳା,ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଅଷ୍ଟମଭାବସ୍ଥ କର୍ମାଧିପତି ପାପଗ୍ରସ୍ତ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କର୍ମ ଓ ଚିନ୍ତାଧାରା ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ନିର୍ମାଣ କାମରେ ପ୍ରତିବନ୍ଧକ ରହିଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ଅସୁବିଧା ନାହିଁ।
ମକର
ମକର
ରାଶ୍ୟାଧିପତି ନକ୍ଷତ୍ରରେ ଚନ୍ଦ୍ର ଅତୀତ ଚିନ୍ତାକୁ ମନରେ ସ୍ଥାନ ଦେଇ ଅସ୍ଥିରତା ଅନୁଭବ କରିପାରନ୍ତି। ମନ ବିରକ୍ତ ହେତୁ ଆପଣଙ୍କ ବ୍ୟବହାରରେ ବ୍ୟତିକ୍ରମ ପରି ଲକ୍ଷିତ ହୋଇପାରେ। ନିଜ ଲୋକମାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମଧ୍ୟ ଦୁଶ୍ଚିନ୍ତାର କାରଣ ପାଲଟି ଯାଇପାରେ। ମାତ୍ର ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଏହାର ଠିକ୍‌ ବିପରୀତ ଫଳ ମିଳିପାରେ।
କୁମ୍ଭ
କୁମ୍ଭ
ରାଶିର ଦ୍ୱିତୀୟସ୍ଥ ଚନ୍ଦ୍ର ଓ ରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନିୟନ୍ତ୍ରଣାଧୀନ ରଖିପାରେ। ବନ୍ଧୁମାନଙ୍କ ସାହାଯ୍ୟରୁ ଯୋଜନାବଦ୍ଧ ନୂତନ କର୍ମାରମ୍ଭ ସମସ୍ୟାମୁକ୍ତ ରହିବ। ଯାନବାହନ, ସଭାସମିତି ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲିଲେ ଅବଶ୍ୟ ଉପକୃତ ହୋଇପାରିବେ।
ମୀନମୀନ
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲରେ ଅତିବାହିତ ହେବ। ଯାହା ଆଶା କରୁଛନ୍ତି ତାହା ପାଇବେ ଏବଂ ବନ୍ଧୁବସତ୍ଳ ହେବେ। କିନ୍ତୁ ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାମ କରିଚାଲିଲେ ହିଁ ସୁଫଳ ମିଳିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଏକାଧିକ ଗ୍ରହ ମଧ୍ୟରେ ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ...

ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମ ଓ ବିବାଦର ସମାଧାନ ପାଇଁ ବ୍ୟଗ୍ରତା ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ଜନିତ ବୈଷୟିକ ସୁଖ, ସମୃଦ୍ଧିରୁ ଖୁସିରହିବେ। ଆଲୋଚନା...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା ଯୋଗୁ ଦ୍ୱିଜା ନକ୍ଷତ୍ର ଆନନ୍ଦିତ ହୋଇପାରନ୍ତି।...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରକୁ ନିରୁପଦ୍ରବ କରି ରଖିବ। ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟାକରି ବିଫଳ ହେବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ହେତୁ ସ୍ଥଗିତ କାମ ସମ୍ପନ୍ନ ସକାଶେ ତପ୍ତର ରହିବେ। ବନ୍ଧୁଙ୍କ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅଧିକ...

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image