Posted inRasifala

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୧୧ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହ ସ୍ଥିତିରୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ ଏବଂ ସ୍ଥଗିତ କାମ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତି ନେବେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କଳ କାରଖାନା, ଜଳଜାତ ଦ୍ରବ୍ୟ, ତୈଳ କିମ୍ବା ବିଦ୍ୟୁତ୍‍ ବ୍ୟବସାୟରୁ ଲାଭବାନ୍‍ ହେବେ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ସବୁ ଥାଇ ମଧ୍ୟ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତିତ ରହିବେ ।
ବୃଷ
ବୃଷ
ତୃତୀୟ ଚନ୍ଦ୍ର ପ୍ରଭାବରୁ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହ ଗ୍ରହଣକରିବା ଭଲ । ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ । ଦୂରଦର୍ଶିତା ଅଭାବରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧହୋଇପାରନ୍ତି ।
ମିଥୁନ
ମିଥୁନ
ରାଶିରେ ମଙ୍ଗଳଙ୍କ ସ୍ଥିତିଜନିତ ଜମିଜମା ବ୍ୟାପାରରେ ବିଘ୍ନ ଘଟିପାରେ । ପାରିବାରିକ କ୍ଷେତ୍ରର ସମସ୍ୟା ସୁଧାରିବାକୁ ଦୃଢ଼ ପଦକ୍ଷେପ ନେଲେ ଅଧତ୍କ ଝମେଲାର ଆଶଙ୍କା ରହିଛି । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶିଳ୍ପ, ବାଣିଜ୍ୟ,ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ ।
କର୍କଟ
କର୍କଟ
କେତୁଙ୍କ ପ୍ରଭାବରେ ପୂର୍ବରାଗ ଶୁଝାଇବାକୁ ଯାଇ ହଠାତ୍‍ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ପରିବହନ, ବ୍ୟବସାୟ ଓ ସଙ୍ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ । ଆର୍ଥିକ ଦୃଷ୍ଟିକୋଣରୁ ଉପକୃତ ହେବେ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ମିତ୍ରକ୍ଷେତ୍ରସ୍ଥ ଧନାଧିପ ବୁଧଙ୍କ ଯୋଗୁ ଆର୍ଥିକ ପରିସ୍ଥିତି ବଦଳିଯିବାରୁ ମନ ହାଲୁକା ହୋଇଯିବ । କିନ୍ତୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‍ ବୁଝିବେ, ଯାହାକି ସମସ୍ୟା ବୃଦ୍ଧି କରିପାରେ । ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । କଳା, ସାହିତ୍ୟ, ସଙ୍ଗଠନ, ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ ।
କନ୍ୟା
ଶୁଭ ଚନ୍ଦ୍ର ପ୍ରଭାବରେ ସକାଳୁ କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ଆଶା ନିରାଶାରେ ପରିଣତ ହେବ। ବହୁ ଦିନ ହେଲା ଇଚ୍ଛା କରୁଥିବା ଓ ଆଜି ସୁଦ୍ଧା ପାଇପାରି ନ ଥିବା ଜିନିଷଟି ପାଇ ଖୁସି ହେବେ । ବ୍ୟବସାୟରେ ସମସ୍ୟା ରହିଥିଲେ ମଧ୍ୟ ତାହା ବିଶେଷ ଉକତ୍ଟ ହେବ ନାହିଁ ।
ତୁଳା
ତୁଳା
ପିଲାଙ୍କ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି । ହଠାତ୍‍ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ, ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ କର୍ମକ୍ଷେତ୍ରରେ ଥିବା ସମସ୍ୟା ସମାଧାନରେ ସଫଳ ହେବେ ।
ବିଛା
ବିଛା
ଗୁରୁଙ୍କ ଶୁଭଦୃଷ୍ଟିରୁ ଦୀର୍ଘଦିନ ହେଲା ଯାହାଙ୍କୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ବଦଳିଯାଇପାରନ୍ତି। ଅଳ୍ପ ପରିଚିତ ଲୋକଟି ଫାଇଦା ହାସଲ ସକାଶେ ସର୍ବଦା ଚେଷ୍ଟିତ ରହିପାରେ । ସନ୍ଦେହ ଓ ଭୁଲ୍‍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଙ୍ଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ ।
ଧନୁ
ଧନୁ
ଦ୍ୱିତୀୟରେ ରବି ଓ ବୁଧ ଅପ୍ରିୟସତ୍ୟ କୁହାଇ ଆପଣଙ୍କୁ ସମସ୍ୟା ଭିତରକୁ ଠେଲିଦେଇପାରନ୍ତି । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାକୁ ଚେଷ୍ଟା କରିବେ। ନିର୍ମାଣ, ପରିବହନ, ବ୍ୟବସାୟ, ଶିଳ୍ପରେ ଉନ୍ନତି କରିବେ । ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ ।
ମକର
ମକର
ରବି ଓ ବୁଧଙ୍କ ରାଶ୍ୟାବସ୍ଥାନରୁ ପ୍ରତ୍ୟେକ କ୍ଷେତ୍ର୍ରରେ ସମସ୍ୟା ସହ ଲଢ଼େଇକରି କାର୍ଯ୍ୟ ହାସଲ କରିବେ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ରାହୁଯୁକ୍ତ ଶୁକ୍ରଜନିତ ସାମାଜିକ ସ୍ତରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ,ଏଣୁ ସତର୍କ ରହିବା ଭଲ । ସନ୍ଧ୍ୟାରେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ତଥାପି କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ପଡ଼ା, ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି ।
ମୀନମୀନ

ବନ୍ଧୁଙ୍କ ସାହଚର୍ଯ୍ୟରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ । ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ମନ ହାଲୁକା ହୋଇଯିବ । ରବିବାରର ଆଲୋଚନା ଅନୁଯାୟୀ ଆଜିର ଅଫିସିଆଲି କାମ ଠିକ୍‍ ଠିକ୍‍ ହୋଇଯିବ । ରବି ପ୍ରଭାବରେ ସରକାରୀ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ବଦଳିଯାଇପାରେ, କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ୍‍ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ସହ ମଙ୍ଗଳଙ୍କ ଦୁର୍ବଳଜନିତ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଆଦର, ସ୍ନେହ ଏବଂ ସଦିଚ୍ଛା ସବୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା...

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୨୪ ତାରିଖ – Daily Horoscope

ମେଷ ଆଜି ଏକାଦଶ ଚନ୍ଦ୍ର ଯୋଗୁ ଗତକାଲିର ସ୍ଥିତି ବଦଳି ଯାଇଥିବାରୁ ମନ ହାଲୁକା ରହିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଶ୍ରମ ସ୍ବୀକାର...

ରାଶିଫଳ: ବୁଧବାର, ଏପ୍ରିଲ୍‍ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା କରି ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ...

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‍ ୨୨ ତାରିଖ – Daily Horoscope

ମେଷ ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ...

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ...

ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope

ମେଷ ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ...

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୯ ତାରିଖ – Daily Horoscope

ମେଷ ଶୁକ୍ର ଉଚ୍ଚରାଶିରେ ଅବସ୍ଥାନ କରୁଥିବାରୁ ପରିଜନଙ୍କ ସହିତ ସକାଳୁଆ ଯାତ୍ରା ପ୍ରୀତିପ୍ରଦ ହେବ। ଅର୍ଥଲାଭ ସହ କାର୍ଯ୍ୟସିଦ୍ଧି ଘଟିବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image