Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ
ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି। ଅବଶ୍ୟ ଆଜିର ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି।
ବୃଷ
ବୃଷ
ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହୋଇପାରେ। ପଡ଼ୋଶୀ,ବନ୍ଧୁ ପରିଜନଙ୍କ ଆଶ୍ୱାସନା ଓ ପ୍ରତିଶ୍ରୁତି ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତିକୁ କେନ୍ଦ୍ରକରି ସହକର୍ମୀଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ଆଶା କ୍ଷୀଣ ହୋଇପାରେ।
ମିଥୁନ
ମିଥୁନ
କୌଣସି ହିତକାଂକ୍ଷୀ ପଦାଧିକାରୀଙ୍କ ଆଶ୍ୱାସନାମୂଳକ ପ୍ରତିଶ୍ରୁତିରୁ ଖୁସି ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ବ୍ୟବସାୟ, ପରିବହନ, ରପ୍ତାନି, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। କୌଣସି ଜିନିଷଟି ପାଇଁ ପାଖ ପଡ଼ୋଶୀଙ୍କ ମଧ୍ୟରେ ତର୍କ ଓ ବିବାଦ ବୃଦ୍ଧି ପାଇବାର ସୂଚନା ରହିଛି ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆମତ୍ତୃପ୍ତି ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବାରୁ ମନ ପ୍ରଫୁଲ୍ଲ ହୋଇଯିବ। ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଶାରୀରିକ ପରିଶ୍ରମଜନିତ ସାମୟିକ କ୍ଲାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ କୌଣସି ସମସ୍ୟା ଆଶଙ୍କାରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରି ଉପକୃତ ହେବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଅର୍ଥନୈତିକ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିପାରେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତି ନେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଯୋଗୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ବିବାଦୀୟ ଘଟଣା ଓ ମାଲିମକଦ୍ଦମା ସମାଧାନ ହୋଇଯିବାର ଅନେକାଂଶରେ ଆମତ୍ତୃପ୍ତି ମିଳିପାରେ। କୌଣସି ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
କର୍ମାଧିପତି ଭାଗ୍ୟସ୍ଥାନରେ ରହି ଆପଣଙ୍କୁ ଅର୍ଥ,ସମ୍ମାନ ମାଧ୍ୟମରେ ସାମାଜିକ ପ୍ରତିଷ୍ଠା ପ୍ରଦାନ କରିବ। ଅନ୍ୟର ପ୍ରରୋଚନାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କଲେ ବିପରୀତ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଯାନବାହନ ଅଥବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
ବିଛା
ବିଛା
ନିଜ ଲୋକଙ୍କ ଅନାଦର ଭାବ ଆପଣଙ୍କୁ ସାମୟିକ ଭାବପ୍ରବଣତାରେ ହଜାଇ ଦେଇପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ସାମାଜିକ ସ୍ତରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅଭୀଷ୍ଟ ସିଦ୍ଧି ଘଟିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ଯୋଗୁ କାମ ଉସତ୍ାହପ୍ରଦ ନ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ହେତୁ ମାନସିକ ସୁସ୍ଥତା ହରାଇପାରନ୍ତି। ପାରିବାରିକ, ଅର୍ଥନୈତିକ ତଥା ପ୍ରଶାସନିକ ସ୍ତରରେ ସମସ୍ୟାର ସମଧାନ ହୋଇଯିବ। ସାମାଜିକ କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ।
ମକର
ମକର
କୌଣସି ବନ୍ଧୁଙ୍କ ସହ ନିବିଡ଼ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ପ୍ରତିରୋଧର ସମ୍ମୁଖୀନ ହେବେ। ଏଣେ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି ା ଆକସ୍ମିକ ଭାବରେ ପଡ଼ୋଶୀଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।
କୁମ୍ଭ
କୁମ୍ଭ
ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଆବଶ୍ୟକତା ପୂରଣ କରିବା ପରିପ୍ରେକ୍ଷୀରେ ଧାରକରଜ କରିବାକୁ ପଡ଼ିପାରେ। ଇଲେକ୍‌ଟ୍ରୋନିକ୍ସ ଓ ଶିକ୍ଷାରେ ସଫଳତା ଲାଭ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବା ପୂର୍ବରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
କୌଣସି ନୂତନ କର୍ମାରମ୍ଭ ସହଯୋଗ ମାଧ୍ୟମରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ରାଜନୈତିକ ସ୍ତରରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ପ୍ରଶଂସିତ ହୋଇପାରନ୍ତି। ମଙ୍ଗଳଙ୍କ କୁପ୍ରଭାବରୁ ଦେହ ଖରାପ ରହିପାରେ। ଅଶ୍ୱିନୀ ନକ୍ଷତ୍ରର କାମ ଯଥା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ପଦାଧିକାରୀଙ୍କ ପ୍ରୋତ୍ସାହନ ଲାଭକରି କାମକୁ ଉତ୍ସାହର ସହ କରିବେ। ପ୍ରତ୍ୟେକ ଦିଗରୁ ସୁବିଧା ଥିଲେ ମଧ୍ୟ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଅଷ୍ଟମ ଚନ୍ଦ୍ରଜନିତ ସମସ୍ୟା ଲାଗିରହିବା କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବିଭିନ୍ନ...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ଆଜି ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।...

ରାଶିଫଳ: ବୁଧବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଅଶ୍ୱନୀ ନକ୍ଷତ୍ର ହଠାତ୍‌ କୌଣସି ନୀଚଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ...

ରାଶିଫଳ: ସୋମବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା ଲାଭ ସାଙ୍ଗକୁ କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସହିତ ରହିବେ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ...

ରାଶିଫଳ: ରବିବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ କୈାଣସି ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବା ସକାଶେ ପାରିବାରିକ ସମର୍ଥନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image