Posted inRasifala

ରାଶିଫଳ: ରବିବାର, ଜାନୁଆରି ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁ ସବୁ କଥାକୁ ଭଲରୂପେ ବିଚାର କରି କାମ କରିବା ଭଲ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଗାମୀ ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ ନେଇପାରନ୍ତି। ଯାତ୍ରା, ବାଣିଜ୍ୟରେ ସଫଳତା ମିଳିବ।
ବୃଷ
ବୃଷ
ବୁଧଙ୍କ ନବମଭାବ ସଂସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତିଯୁକ୍ତ ବିଚାର ଓ ସୁଚିନ୍ତିତ ପରାମର୍ଶ ବନ୍ଧୁମାନଙ୍କ ମନକୁ ପାଇବ। ତଥାପି ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅଟକି ରହିଥିବା କାମଗୁଡ଼ିକୁ ନେଇ ମନ ବିଚଳିତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ।
ମିଥୁନ
ମିଥୁନ
ରାଶିରେ ରାହୁ ଓ ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ବିବାଦୀୟ ଘଟଣାର ସମାଧାନ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅମୀମାଂସିତ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁସାରେ ହଠାତ୍‌ ଦୂରକୁ ଯିବାକୁ ପଡ଼ିପାରେ। ମନ ଭିତରର ଗୋପନ କଥା କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ସାମାଜିକ ସ୍ତରରେ ଜନହିତକର କାମ କରି ପ୍ରଶଂସାଭାଜନ ହେବେ। ଶୁକ୍ର ଅଷ୍ଟମସ୍ଥ ଯୋଗୁ ପରିବାରରେ ଏକ ସାମାନ୍ୟ କଥାରେ ମତଭେଦ ଘଟିପାରେ। ମାଲିମକଦ୍ଦମା ଓ ବ୍ୟବସାୟରେ ସ୍ଥିତି ଅନୁକୂଳ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଆଲୋଚନାରେ କିଛି ସମସ୍ୟା ଦେଖାଦେଇପାରେ।
ସି˚ହ
ସି˚ହ
ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନକରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ। ହଠାତ୍‌ କିଛି ଅର୍ଥର ଆବଶ୍ୟକତା ପଡ଼ିପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳି ନ ପାରେ। ଆଜି ଅଫିସିଆଲି ଆଲୋଚନାରେ ସହକର୍ମୀମାନଙ୍କ ସହ ଉଚ୍ଚବାଚ ଘଟିପାରେ।
କନ୍ୟା
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି,ବନ୍ଧୁମାନଙ୍କ ସମାଦର,ସମସ୍ୟାର ସମାଧାନ ହେବ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦିତ ହେବ। ପୂର୍ବରାଗ ଶୁଝାଇବାକୁ ଯାଇ ନିଜର ଆତ୍ମୀୟମାନେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ହଠାତ୍‌ ଶତ୍ରୁତା କରିପାରନ୍ତି। ସଭାସମିତିରେ ବନ୍ଧୁଙ୍କ ଯୁକ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଅନୁକୂଳ ଗ୍ରହ ସ୍ଥିତିରୁ ଆନୁଷଙ୍ଗିକ ସାହାଯ୍ୟ,ସହଯୋଗ ଲାଭକରି ନୂତନ କାର୍ଯ୍ୟଟି ସୁରୁଖୁରୁରେ ସମ୍ପନ୍ନ କରିବେ। ଗୁରୁଶୌରୀଙ୍କ ଭାଗ୍ୟଭାବାଲୋକନ ଶିଳ୍ପ,ବାଣିଜ୍ୟ,କାରିଗରି , ଆଇନ ଅଦାଲତ ଓ ଗଣତାନ୍ତ୍ରିକ ପଦ୍ଧତିର କାର୍ଯ୍ୟରେ ସଫଳତା ପାଇବେ। ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।
ବିଛା
ବିଛା
ଶୁକ୍ର ଓ ମଙ୍ଗଳାଦି ଗ୍ରହଙ୍କ କୃପାରୁ ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହେବ। ବନ୍ଧୁଙ୍କ ପରାମର୍ଶକ୍ରମେ ଦୈନିକ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଆମତ୍ତୃପ୍ତି ଲାଭ କରିବେ। ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ବିଚଳିତ କରିପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ କାର୍ଯ୍ୟହାନି କାରଣରୁ ମାନସିକ ସ୍ତରରେ ସାମାନ୍ୟ ଅସ୍ଥିରତା ଅନୁଭବ କରିବେ। ପ୍ରତିକୂଳ ସମୟ ଚାଲିଥିବାରୁ ପରିସ୍ଥିତିବଶତଃ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ମକର
ଶୁକ୍ରଙ୍କ ସୁପ୍ରଭାବରୁ ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସମସ୍ୟାକୁ ସରଳ ଓ ସୁନ୍ଦର ଭାବରେ ସମାଧାନ କରିପାରିବେ। ନୂତନ ବନ୍ଧୁତ୍ୱ, ରପ୍ତାନି, ବାଣିଜ୍ୟ, କଳା, ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସାଧନାରେ ଉନ୍ନତି କରିବେ। ସୁସ୍ଥ ମାନସିକତା ଅଭାବରୁ ଶ୍ରବଣା ନକ୍ଷତ୍ର ଟିକିଏ କଥାରେ ରାଗିବା ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ଶୁକ୍ର ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ସକାଳୁ ସକାଳୁ ସାମାନ୍ୟ ବଚସାଜନିତ ମନ ଖରାପ ହୋଇଯାଇଥିଲେ ମଧ୍ୟ ଅଳ୍ପ ସମୟ ପରେ ସବୁ କିଛି ଠିକ୍‌ ହୋଇଯିବ। ପରୋକ୍ଷ ଶତ୍ରୁତା ହେତୁ କାମଗୁଡିକ ଶୃଙ୍ଖଳିତ ହେବାର ସୂଚନା ରହିଛି। ଜମିଜମା ସମ୍ପର୍କି ତ କଥାବାର୍ତ୍ତା, କଚେରି ମାମଲା, ଚୁକ୍ତିପତ୍ର, ବିବାଦର ସମାଧାନ କ୍ଷେତ୍ରରେ ସଫଳତା ପାଇବେ।
ମୀନମୀନ
କର୍ମସ୍ଥ ଗ୍ରହ ପ୍ରଭାବରେ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ, ମାତ୍ର ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ,କିଛିଟା ଅଭାବ ଓ ଅସୁବିଧାରୁ ମନ ଭାରାକ୍ରାନ୍ତ ରହିପାରେ। ଜମିଜମା କାରବାର,ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ପାରିବାରିକ ସମସ୍ୟାକୁ ନେଇ ମନ ଭଲ ରହିନପାରେ। କୃତ୍ତିକା ନକ୍ଷତ୍ର ସକାଶେ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ।...

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମନର ସ୍ଥିତିକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହେବେ।...

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ ଆଜି ପରିବାରରେ ପିଲାମାନଙ୍କ ଶିକ୍ଷାସମସ୍ୟାର ସମାଧାନ ସାଙ୍ଗକୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ପରିବହନ ଓ ପ୍ରକାଶନରେ ସମସ୍ୟା ମୁକ୍ତ ରହିବେ।...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଦ୍ୱାଦଶ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟସମସ୍ୟା, କରଜଦାତାଙ୍କ ଚାପ, ଦୂରଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ବନ୍ଧୁଙ୍କ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ହିତୈଷୀଙ୍କ ପରାମର୍ଶରେ ନୂତନ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ...

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ସହ ଅନୁକୂଳ ବାତାବରଣ ସୃଷ୍ଟିହେବ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତି...

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ଯାତ୍ରାରେ ଲକ୍ଷ୍ୟପୂରଣ ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି...

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ ପରିବାରର ସହମତି ଓ ସହଯୋଗ କାରଣରୁ ଆପଣଙ୍କ କାମ ନିର୍ବିଘ୍ନରେ ସମ୍ପନ୍ନ ହେବ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri