Posted inRasifala

ରାଶିଫଳ: ଶନିବାର , ଜୁଲାଇ ୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଧନାଧିପ ଓ ରବି ଯୁକ୍ତ ଯୋଗୁ ପରିବାର ଓ କର୍ମକ୍ଷେତ୍ର ନୂତନ ଉତ୍ସାହ, ଉଦ୍ଦୀପନା ମଧ୍ୟରେ ଅତିବାହିତ ହେବ। ଯାହା କରନ୍ତୁନା କାହିଁକି ସବୁ କାମ ସୁବିଧାରେ ହୋଇଯିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି ସଫଳ ମଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ସ୍ବଗୃହୀ ଶୁକ୍ରଙ୍କ ସୁପ୍ରଭାବ କାରଣରୁ ବନ୍ଧୁମିଳନଜନିତ ଆନନ୍ଦ ଉଲ୍ଲାସରେ ସମୟ କଟାଇବେ। ଅତୀତରେ ବନ୍ଧୁଙ୍କୁ ଦେଇଥିବା ଟଙ୍କା ଫେରି ପାଇବା ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି। ଯୁକ୍ତିତର୍କ କାରଣରୁ ପରୋକ୍ଷ ଶତ୍ରୁତା ହେତୁ ବିଚଳିତବୋଧ କରିବେ। ପରକଥାରେ ମୁଣ୍ଡ ପୂରାଇଲେ ସମସ୍ୟା ଭିତରକୁ ଟଣା ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସାହାଯ୍ୟର ପ୍ରତିଶ୍ରୁତି ମାଧ୍ୟମରେ କାମ ହାସଲ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ ଓ ନିର୍ମାଣ କ୍ଷେତ୍ରରେ କଳହ ଘେରରେ ପଡ଼ିପାରନ୍ତି। କୌଣସି ଦରକାରୀ ଅଫିସିଆଲି କାଗଜପତ୍ର ହଠାତ୍‌ ପାଇ ଖୁସି ହୋଇଯିବେ। ସଭାସମିତି କିମ୍ବା ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଲାଭସ୍ଥାନରେ ବୃହସ୍ପତି ରହିଥିବାରୁ ଯାହା ଚାହୁଁଛନ୍ତି ପାଇବାରେ ଅସୁବିଧା ରହିବ ନାହିଁ। ସାହାଯ୍ୟ କରୁଥିବା ଲୋକଟି ହଠାତ୍‌ ଦୂରେଇ ଯାଇଥିବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ସତ୍‌ସଙ୍ଗ, ପୁରାଣ ପଠନ, ଆଧ୍ୟାତ୍ମିକତା ସାଙ୍ଗକୁ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ରୁଚି ବଳିବ। ରାଜନୀତି, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ।
ସି˚ହ
ସି˚ହ
ଅସମ୍ପୂର୍ଣ୍ଣ କାମଟି ଆଜି ସୁବିଧାରେ ସମ୍ପନ୍ନ ହୋଇଯିବ। ରାହୁଙ୍କ ପ୍ରଭାବରେ ଅସ୍ଥିରତା ଓ ବିଶୃଙ୍ଖଳିତ ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। କଚେରି ମାମଲାର ଶୁଣାଣିରେ ବିଳମ୍ବ ହେତୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। କଳା, ସାମ୍ବାଦିକତା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟ,ଗବେଷଣା, ସଭାସମିତିରେ ପ୍ରଂଶସିତ ହେବେ।
କନ୍ୟା
ରାଶିରେ କେତୁଙ୍କ ସମ୍ବନ୍ଧଜନିତ ମାନସିକ ଅସ୍ଥିରତା ଓ ବିରକ୍ତିବୋଧ ଅନୁଭବ କରିପାରନ୍ତି। ସବୁ କାମ ବିଳମ୍ବରେ ସମ୍ପନ୍ନ ହେବାରୁ ମନରେ ବିରକ୍ତି ଆସିବ। କିନ୍ତୁ ମୂଲ୍ୟବାନ ଦ୍ରବ୍ୟ ଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପର କଥାରେ ପ୍ରଭାବିତ ହୋଇ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଟିର ମନୋଭାବ ବଦଳିଯାଇପାରେ।
ତୁଳା
ତୁଳା
କର୍ମସ୍ଥାନରେ ବୁଧ ରହିଥିବାରୁ ପାରିବାରିକ ଓ କର୍ମକ୍ଷେତ୍ରକୁ ଆନନ୍ଦମୁଖର କରିବ। ସାମୂହିକ କାମରେ ପରିସ୍ଥିତିକୁ ଦେଖି ଚୁପ୍‌ ରହିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ ଘରୋଇ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟା ଭିତରକୁ ଟାଣି ନେଇପାରେ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି।
ବିଛା
ବିଛା
ଆଜିର ଅଧିକାଂଶ ସମୟ ନୀରବତା ଓ କୋଳାହଳଠାରୁ ଦୂରରେ ରହିବାକୁ ପସନ୍ଦ କରିପାରନ୍ତି। ଅନୁରାଧା ନକ୍ଷତ୍ର ଦାନ, ଧର୍ମ, ପରୋପକାର, ସେବା ମନୋଭାବରୁ ପ୍ରଶଂସିତ ହେବେ। ପରିସ୍ଥିତି ବଦଳିଯିବା କାରଣରୁ ଇଚ୍ଛୁକ ଜିନିଷ ପାଇପାରିବେ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବିଚାର କରି କ୍ରମଶଃ ଦୂରେଇଯିବେ।
ଧନୁ
ଧନୁ
ତିନୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଆଜିର ଯାତ୍ରା, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଦକ୍ଷତାର ସହ ସମ୍ପାଦନ କରିବେ। ପରୋପକାର ପ୍ରବୃତ୍ତିକୁ ପଡ଼ୋଶୀ ପ୍ରଶଂସା କରିବେ। ପିଲାଙ୍କ ପଢ଼ା ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ସ୍ବୀକାର କରିନେବେ।
ମକର
ମକର
ଆଜି ଶ୍ରବଣା ନକ୍ଷତ୍ର ପାଇଁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ରହିବ। ଅର୍ଥ, ସମ୍ମାନ, ବନ୍ଧୁମିଳନରୁ ଖୁସି ରହିବେ। ଘରର ସମସ୍ୟା ବୃଦ୍ଧି ପାଉଥିବାରୁ ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ରହିପାରନ୍ତି। ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
କେତୁଙ୍କ ପ୍ରଭାବରୁ ଅନ୍ୟମନସ୍କତା କିମ୍ବା ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଧନିଷ୍ଠା ନକ୍ଷତ୍ର ଆଜି ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ଧାର୍ମିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତି ପରିପ୍ରେକ୍ଷୀରେ ବ୍ୟସ୍ତ ରହିବେ। ପ୍ରଶାସନିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ

ଭଲ ଓ ମନ୍ଦର ମିଶ୍ରିତ ଫଳ ମଧ୍ୟରେ ଦିନଟି ଅତିବାହିତ ହେବ। ସକାଳୁ ସକାଳୁ ଆତ୍ମୀୟକଙ୍କ ସହ ଦୂରଯାତ୍ରା କରିପାରନ୍ତି। ମନରେ ଉସତ୍ୁକତା ସାଙ୍ଗକୁ ବନ୍ଧୁମିଳନ ଓ ଦ୍ରବ୍ୟଲାଭ,ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁନାମ ଅର୍ଜନ କରିବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri