Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ପ୍ରାପ୍ତ ହୋଇ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିର ବିବାଦୀୟ ପରିସ୍ଥିତିରେ ନ୍ୟାୟୋଚିତ କଥା କହି ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ନେଇ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିପାରେ। ଆନୁଷ୍ଠାନିକ କାମରେ ଆକସ୍ମିକ ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ପାରିବାରିକ ବିବାଦରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
ମିଥୁନ
ମିଥୁନ
ଅର୍ଥାଭାବ ଦୂର ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। ବିବାଦୀୟ ପରିସ୍ଥିତିରେ କିମ୍ବା କର୍ମକ୍ଷେତ୍ରରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ। ଆଗାମୀ କାର୍ଯ୍ୟାରମ୍ଭ ପରିପ୍ରେକ୍ଷୀରେ ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି କରିବେ।
କର୍କଟ
କର୍କଟ
ପରିବାରର ସହମତି ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ହଠାତ୍‌ ଆଶା କରୁଥିବା ଶୁଭ ଖବର ବନ୍ଧୁଙ୍କ ଅସମର୍ଥତ୍ତ ସୂତ୍ରରୁ ଶୁଣି ଖୁସି ହେବେ। ନିଜ ପରିସରରେ ସମସ୍ୟା ଲାଗିରହିବା କାରଣରୁ ସାମୟିକ ମନ ଭାରାକ୍ରାନ୍ତ ରହିବ।
ସି˚ହ
ସି˚ହ
ନିଜେ ରହୁଥିବା ସ୍ଥାନର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ପରିବାର ସକାଶେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସ୍ଥଗିତ କାର୍ଯ୍ୟାରମ୍ଭ ପୂର୍ବରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଦୀର୍ଘଦିନରୁ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି।
କନ୍ୟା
କେତେକ ଅପୂରଣୀୟ ଆଶା ବାରମ୍ଭାର ମନକୁ ଆଲୋଡ଼ିତ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାନବାହନ, ମରାମତି କିମ୍ବା ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି। ବିବାଦୀୟ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ତୁଳା
ତୁଳା
ମାନସିକ ଅଶାନ୍ତିରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରି ଚାଲିଲେ ସବୁ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ସମୟର ପ୍ରତିକୂଳତା ହେତୁ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହାଁଇବା ଠିକ୍‌ ହେବନି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। କିନ୍ତୁ ପ୍ରଶାସନ, ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
କର୍ମଜୀବୀମାନେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ସକାଶେ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି। କର୍ମକ୍ଷେତ୍ରରୁ ଫେରିବା ବାଟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପରୀକ୍ଷା, ଆଲୋଚନା, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ଆଶଙ୍କା ରହିଛି। ପକ୍ଷପାତିତାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ।
ମୀନମୀନ
ପାରିବାରିକ ସ୍ତରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। ନିଜର କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଂଗଠନ, ଲେଖାପଢ଼ା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ଆର୍ଥିକ ସମସ୍ୟା ମଧ୍ୟରେ ଗତିକଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri