Posted inRasifala

ରାଶିଫଳ: ଶୁକ୍ରବାର , ଡିସେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ସକାଶେ ପାରିବାରିକ ସୁସମ୍ପର୍କ ଓ ସୁଖ, ସମୃଦ୍ଧି ବୃଦ୍ଧିପାଇବ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ଝିନ୍‍ଝଟ୍‍ ମଧ୍ୟରେ ପାଇବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ ଓ ପରିବହନରେ ସୁଫଳ ପାଇବା ସହିତ ପଦସ୍ଥଙ୍କ ପ୍ରେରଣା, ଆତ୍ମୀୟଙ୍କ ସହୃଦୟତାରୁ ଖୁସି ହେବେ।
ବୃଷ
ବୃଷ
ଥଣ୍ଡାଜନିତ ସ୍ବାସ୍ଥ୍ୟହାନି, ଅର୍ଥ ସଙ୍କଟ, ବ୍ୟବସାୟରେ ଝଗଡ଼ାଜନିତ ଦୁଶ୍ଚିନ୍ତା ଦେଖାଦେବ। ଅନ୍ୟମାନଙ୍କୁ ମନେଇ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। କୃତ୍ତିକା ନକ୍ଷତ୍ର ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ସହକର୍ମୀଙ୍କ ସାହାଯ୍ୟରେ ଆର୍ଥିକ ଦୁଃସ୍ଥିତି ସୁଧୁରି ଯିବା ସହ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ଦୀର୍ଘ ଦିନରୁ କଥାବାର୍ତ୍ତା କରୁ ନ ଥିବା ବନ୍ଧୁଟି ନିକଟକୁ ଆସିବାର ଉପକ୍ରମ କରିପାରନ୍ତି। ପ୍ରାତଃ ଭ୍ରମଣ, ରାଜନୀତି, ପ୍ରଶାସନ, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ। ଆରର୍ଦ୍ରା ନକ୍ଷତ୍ର ଅସମର୍ଥିତ ସୂତ୍ରରୁ ଭୁଲ୍‍ ଖବର ପାଇ ବିବ୍ରତ ହେବେ।
କର୍କଟ
କର୍କଟ
କର୍ମଭାବସ୍ଥ ଚନ୍ଦ୍ରଙ୍କ ଶୁଭତ୍ୱରୁ ନୂତନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆଜି ଦିନଟି ଅତିବାହିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି, ପରିବାର ସଦସ୍ୟଙ୍କ ଆନ୍ତରିକତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାପୂରଣଜନିତ ଖୁସି ରହିବେ। କର୍ମକ୍ଷେତ୍ରରେ ମନାନ୍ତର ଘଟିପାରେ। ପଡ଼ୋଶୀଙ୍କଠାରୁ କିଛି ପାଇବାର ଆଶା ରଖତ୍ବେ।
ସି˚ହ
ସି˚ହ
ର୍ମକ୍ଷେତ୍ରରେ ସମସ୍ୟା ସହ ସଂଘର୍ଷ କରି ଲକ୍ଷ୍ୟ ହାସଲ କରିବେ ସତ ମାନସିକ ସୁସ୍ଥତା ପାଇ ପାରିବେ ନାହିଁ। ଆତ୍ମୀୟ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁଜନଙ୍କ ପ୍ରେରଣାରେ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରହେବାର ସୂଚନା ରହିଛି।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବାରୁ ମନ ହାଲୁକା ରହିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସ୍ବାର୍ଥସାଧନ ଆଶାନେଇ ସହଯୋଗର ହାତ ବଢ଼ାଇ ପାରନ୍ତି। ଚିତ୍ରା ନକ୍ଷତ୍ର ସହକର୍ମୀଙ୍କ କଥାରେ ପଡ଼ି ପ୍ରଶାସନିକ ସ୍ତରରେ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ଧାଁଦୌଡ଼ କରିପାରନ୍ତି।
ତୁଳା
ତୁଳା
ଆଜି ଅର୍ଥସମ୍ପର୍କିତ ଆଲୋଚନାକୁ କେନ୍ଦ୍ରକରି ଯୁକ୍ତିତର୍କ ଲାଗିପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣ କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିପାରନ୍ତି। ବ୍ୟବସାୟ, ପରିବହନରେ ଉନ୍ନତି କରିବେ। କିନ୍ତୁ ବିବାଦୀୟ ସ୍ଥିତି ଲାଗିରହିବ। ବିଶାଖା ନକ୍ଷତ୍ରର ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ଚିନ୍ତାର କାରଣ ହୋଇପାରେ।
ବିଛା
ବିଛା
ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ଏବଂ କର୍ମକ୍ଷେତ୍ରରୁ ଅର୍ଥ ଓ ସାମାଜିକ ସମ୍ମାନ ଲାଭ କରିବେ। ଜ୍ୟେଷ୍ଠା ନକ୍ଷତ୍ରର ଅଟକିଥିବା କାମଟି ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ପନ୍ନ ହେବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ସାମୟିକ ବିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନବାହନ, ନିର୍ମାଣ, କଳା, ସାହିତ୍ୟ, ଆନୁଷ୍ଠାନିକ କାମ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ବିବାଦୀୟ ପରିସ୍ଥିତି ବଦଳି ଯାଇଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରୁ ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। କିନ୍ତୁ ଶିଳ୍ପ, ବାଣିଜ୍ୟ, ପରିବହନ, ଗୃହସୀମାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଋଣଚିନ୍ତା, ପରୋକ୍ଷ ଶତ୍ରୁତା, କାର୍ଯ୍ୟହାନି ଓ ସ୍ବାସ୍ଥ୍ୟ ସମସ୍ୟା ମୁଳା ନକ୍ଷତ୍ର ସକାଶେ ଦୁଶ୍ଚିନ୍ତା ପାଲଟିଯିବ।
ମକର
ମକର
ଶ୍ରବଣା ନକ୍ଷତ୍ର ସ୍ଥଗିତ ରହିଥିବା କାମଟିକୁ ଝିନ୍‍ଝଟ୍‍ ମଧ୍ୟରେ ସମ୍ପୂର୍ଣ୍ଣ କରିବେ। ଅନ୍ୟମାନଙ୍କ ସହଯୋଗ ନେଇ ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ଆଶାନୁରୂପ ଫଳ ପାଇବେ। ଶିକ୍ଷା, ପରୀକ୍ଷା, ଆଲୋଚନା, ସଭାସମିତି, କଳା, ସାହିତ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିଜନଙ୍କ ସହିତ ଭ୍ରମଣ ସୁଯୋଗ ରହିଛି।
କୁମ୍ଭ
କୁମ୍ଭ
ଆଜି ଆନୁଷ୍ଠାନିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ସାହାଯ୍ୟରୁ ଉପକୃତ ହେବେ। ବୃଥା ସନ୍ଦେହ କାରଣରୁ ପରିବାର ଲୋକଙ୍କ ଭୁଲ୍‍ ଧାରଣକୁ ବଦଳାଇ ପାରିବେ ନାହିଁ। ଖର୍ଚ୍ଚ ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିବେ। ପାରିବାରିକ, ବ୍ୟବସାୟିକ, ସାମାଜିକ ଏବଂ ନୂତନ ଯୋଜନାକୁ କାର୍ଯ୍ୟକାରୀ କରାଇନେବାର ସୁଯୋଗ ପାଇବେ।
ମୀନମୀନ

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସମସ୍ତ ପ୍ରକାରର ସାହାଯ୍ୟ ଲାଭ କରି ସହଜରେ କାମ ହାସଲ କରିବେ। ଉତ୍ତରଭାଦ୍ରପଦ ନକ୍ଷତ୍ର ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ପରିଜନଙ୍କ ସାହାଯ୍ୟ ନେଇ ବାଣିଜ୍ୟ, ପରିବହନ ସାଙ୍ଗକୁ ସମାଜସେବାରୁ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri