Categories: Rasifala

ରାଶିଫଳ: ସୋମବାର, ଅପ୍ରେଲ ୨୭ ତାରିଖ – Daily Horoscope

ମେଷ
ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରସଂସା କରିବେ ା କୈାଣସି ପ୍ରକାରର ପ୍ରତିବନ୍ଧକ ନଥାଇ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମାପନ ହେବ ା ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ ା
ବୃଷ
ଶୁକ୍ର ଯୁକ୍ତ ଚନ୍ଦ୍ରଙ୍କ ଯୋଗୁଁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା କେତେକାଂଶରେ ବ୍ୟାହତ ହେବାର ସୂଚନା ରହିଛି ା।ନିକଟ ସମ୍ପର୍କୀୟ ମାନେ ସହାନୁଭୂତି ପ୍ରକାଶ କରିବେ, ଯାହାଫଳରେ କାମ ଅଟକି ରହିବ ନାହିଁ । ଦୁଃଶ୍ଚିନ୍ତା ବୃଦ୍ଧି ପାଇପାରେ । ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ ।
ମିଥୁନ
ଏକାଦଶରେ ବୁଧ ସହ ରବି ହେତୁ କୈାଣସି ଜରୁରୀ କାମ ସକାଶେ ପ୍ରତିକ୍ଷା କରିଥିବା ବନ୍ଧୁଟିକୁ ପାଇ ଖୁସୀ ହେବେ । ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ଧ୍ୟୈର୍ଯ୍ୟର ସହ ସମସର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ । ଆଜି ଆପଣ ହଇରାଣ ହୋଇପାରନ୍ତି ।
କର୍କଟ
ଆଜିର ଗ୍ରହସ୍ଥିତି ଭଲ ହେତୁ ଯେଉଁ କାମ କରନ୍ତୁନା କାହିଁକି,କୈାଣସି କ୍ଷେତ୍ରରେ ଅସୁବିଧା ରହିବ ନାହିଁ । ଆଲୋଚନା, ପରିବହନ,ଲୋକସମ୍ପର୍କ ,ସଭାସମିତି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ସାମାନ୍ୟ ହଲ୍ଚଲ୍‌ ସୃଷ୍ଟି ହୋଇପାରେ । ପିଲା ମାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ଚିନ୍ତିତ ରହିପାରନ୍ତି ।
ସି˚ହ
ଉଚ୍ଚସ୍ଥ ରବି ପ୍ରଭାବରେ ସାଧାରଣ କେତକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଖୁସୀରେ ଅତିବାହିତ ହେବ । ସ୍ବାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ । କୈାଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ ।
କନ୍ୟା
ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି ,ଫଳତଃ ଘରେ ଉଚ୍ଚବାଚ୍ଚ ଘଟିପାରେ । ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରୁ ସୁଫଳ ପାଇବେ । ବିଶିଷ୍ଟବ୍ୟକ୍ତିଙ୍କ ନିକଟତର ହେବାର ସୈାଭାଗ୍ୟପ୍ରାପ୍ତ ହେବ ଯାହାକି ବ୍ୟକ୍ତିଗତ ଭାବରେ ଉପକୃତ ହୋଇପାରିବେ ।
ତୁଳା
କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପୂର୍ଣ୍ଣ ଶାନ୍ତିପ୍ରଦ ରହିବ । ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରେ କାମ ହାସଲ କରିବେ । ସଭାସମିତି,ଲେଖାପଢା,ଆଲୋଚନା,ଲୋକସମ୍ପର୍କ,ଆନୁଷ୍ଠାନିକ କାମ, ଯୋଗାଯୋଗ ଉନ୍ନତ ମାନର ଫଳ ପାଇବେ । ଶାରିରୀକ ଶାରୀରିକ ଅସୁସ୍ଥତା ଅନୁଭବ କଲେ ମଧ୍ୟ ଘରକାମ କରିବାକୁବାଧ୍ୟ ହେବେ ।
ବିଛା
ରାଶିକୁ ଚନ୍ଦ୍ର ଓ ଶୁକ୍ର ଦେଖୁଥିବାରୁ ବିଶେଷ କିଛି ଅସୁବିଧା ନଥିଲେ ମଧ୍ୟ ବିଭିନ୍ନ ପ୍ରକାରର କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ପଡୋଶୀଙ୍କ ସହ ବହୁଦିନର ମନାନ୍ତର ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ହେତୁ କୈାଣସି ମତାନ୍ତର କିମ୍ବା ମନାନ୍ତର ହେବନାହିଁ ।
ଧନୁ
ଶତ୍ରୁ ଉପଦବ୍ର ସମ୍ପୁର୍ଣ୍ଣ ଭାବେ କମିଯାଇପାରେ,କିନ୍ତୁ ଆଶଙ୍କା ଲାଗି ରହିବ । କୋଣଭାବରେ ବୁଧ ଥିବା ହେତୁ ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଟେନ୍ସନ ପୂର୍ଣ୍ଣମାତ୍ରାରେ ରହି ମନକୁ ବ୍ୟତିବ୍ୟସ୍ତ କରାଇପାରେ । ପରିବହନରେ କେତେକ ଆଧୁନିକିକରଣ କରି ପାରନ୍ତି । ନୂତନ ମନଲାଖି ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।
ମକର
ରାଶିରେ ଶନି ସହ ମଙ୍ଗଳ ଓ ବୃହସ୍ପତି ଯୋଗୁଁ କାମରେ ଅସ୍ଥିରତା ସୃଷ୍ଟି ହେଲେ ସୁଧା ଅନ୍ୟାନ୍ୟ କେତେକ ଦୃଷ୍ଟି କୋଣରୁ ମନ୍ଦ ହେବନି । ଅସମର୍ଥିତ ସୂତ୍ରରୁ ଆକସ୍ମିକ ଭାବରେ ଅଶୁଭ ଖବର ପାଇ ବିଚଳିତ ହୋଇ ପାରନ୍ତି । ଶିକ୍ଷା, ଆଲୋଚନା,ଗଠନମୂଳକ କାମ, ଲେଖାପଢା କ୍ଷେତ୍ରରୁ ଶୁଭଫଳ ମିଳିବ ।
କୁମ୍ଭ
ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ଥି ଲାଭ କରିବେ । ଉଚ୍ଚସ୍ଥ ମଙ୍ଗଳ ଯୋଗୁଁ ଅଫିସ୍‌ କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ,ଏବଂ ସମସ୍ୟା ଦୂରେଇ ଯିବ । ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିବ ମାତ୍ର ବିଶେଷ ଅସୁବିଧା ହେବ ନାହିଁ । କତେକାଂଶରେ ଉପକୃତ ହେବେ ନତୁବା କଳହ ଭିତରକୁ ଟାଣି ହୋଇଯିବେ ।
ମୀନ
ବହସ୍ପତିଙ୍କ ଦୁର୍ବଳତା କାରଣରୁ ଦେହରେ କୈାଣସି ବଡ ଧରଣର ରୋଗ ନଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ । ସତ୍‌ସଙ୍ଗ ଓ ଧର୍ମ ,ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ । ସାୟାହ୍ନେ ଟେନସନ୍‌ କେତେକାଂଶରେ କମିଯିବ । ଦାମ୍ପତ୍ୟ ଜୀବନରେ ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି ।