ରାଶି ଅନୁଯାୟୀ ଗଣେଶଙ୍କ ପୂଜା

ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ।

ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର ମୂର୍ତ୍ତି ପୂଜା କରି ମୋଦକ, ମିଶ୍ରି, ଲଡୁଭୋଗ ଲଗାନ୍ତୁ।

ମିଥୁନ: ଏ ରାଶିର ବ୍ୟକ୍ତି ମାଟିଆ ବା ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରିବା ସହ ମୁଗଲଡୁ ଏବଂ ମୋଦକ ଭୋଗ ଲଗାନ୍ତୁ।

କର୍କଟ: ଧଳାରଙ୍ଗ ବା ମୁଗୁନି ପଥରରେ ନିର୍ମିତ ଗଣେଶଙ୍କୁ ପୂଜା କରି ମିଶ୍ରି, ଘିଅ ଭୋଗ ଲଗାନ୍ତୁ।

ସିଂହ: ଏ ରାଶିର ବ୍ୟକ୍ତି ହାଲୁକା ନାଲି ରଙ୍ଗର ଗଣେଶଙ୍କୁ ପୂଜା କରି ବୁନ୍ଦି ଲଡୁ ଭୋଗ ଲଗାନ୍ତୁ।

କନ୍ୟା: ମରଗଜ ପଥରରେ ନିର୍ମିତ ମୂର୍ତ୍ତି ବା ହାଲୁକା ସବୁଜ ରଙ୍ଗର ଗଣେଶଙ୍କୁ ପୂଜା କରି ନାରଙ୍ଗି ରଙ୍ଗର ଲଡୁ ଏବଂ ଖିରି ଭୋଗ ଲଗାଇଲେ ଭଲ।

ତୁଳା: ଏହି ରାଶିର ବ୍ୟକ୍ତି ରୁପା ରଙ୍ଗର ଗଣେଶଙ୍କୁ ପୂଜା କରିବା ସହ ନଡିଆ ଲଡୁ ଭୋଗ ଲଗାନ୍ତୁ।

ବିଛା: ଏ ରାଶିର ବ୍ୟକ୍ତି ସିନ୍ଦୂର ରଙ୍ଗର ଗଣେଶଙ୍କୁ ପୂଜା କରି ଲଡୁ ଭୋଗ ଲଗାନ୍ତୁ।

ଧନୁ: ହଳଦୀ ରଙ୍ଗର ଗଣେଶ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ସହ ବେସନ ଲଡୁ ଭୋଗ କରନ୍ତୁ।

ମକର: ଏହି ରାଶିର ବ୍ୟକ୍ତିମାନେ ନୀଳ ରଙ୍ଗର ମୂର୍ତ୍ତି ଘରେ ସ୍ଥାପନା କରିବା ସହ ମୋଦକ ଏବଂ ଅଳେଇଚ ଭୋଗ ଲଗାନ୍ତୁ।

କୁମ୍ଭ: କଳା ରଙ୍ଗର ଗଣେଶଙ୍କୁ ପୂଜା କରିବା ସହ ବେସନ ବା ବୁନ୍ଦି ଲଡୁ ଭୋଗ ଲଗାଇବା ଏହି ରାଶି ପାଇଁ ଶୁଭଙ୍କର ହୋଇଥାଏ।

ମୀନ: ଏହି ରାଶିର ବ୍ୟକ୍ତିମାନେ ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ଘରେ ସ୍ଥାପନା କରିବା ସହ ମୋଦକ ଏବଂ ମହୁ ଭୋଗ ଲଗାନ୍ତୁ।

Share