ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଲଗାତର ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହ ନବୀନଙ୍କ ଏହା ପ୍ରଥମ ସାକ୍ଷାତ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ସାମୁଦ୍ରିକ ଝଡ଼ ଫନୀ ପରିବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ରାଜ୍ୟରେ ହୋଇଥିବା କ୍ଷତି ସମ୍ପର୍କରେ ରାଷ୍ଟ୍ରପତି କୋବିନ୍ଦ ମୁଖ୍ୟମନ୍ତ୍ରୀଙ୍କଠାରୁ ପଚାରି ବୁଝିଥିଲେ। ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢତାର ସହ ସମ୍ମୁଖୀନ ହୋଇଥିବା ଓଡ଼ିଆ ଜନଗଣଙ୍କ ସହ ସବୁ ସମୟରେ ସେ ଅଛନ୍ତି ବୋଲି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି।

Share