Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଲୋକ ସଭା ଭଙ୍ଗ ପାଇଁ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୪।୫: ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ବହୁମତରେ ବିଜୟୀ ହୋଇଛି। ବହୁମତ ପାଇବା ପରେ ଶୁକ୍ରବାର ସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସମସ୍ତ ମନ୍ତ୍ରିପରିଷଦ ସଦସ୍ୟ ମଧ୍ୟ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ସ୍ବୀକାର କରିବା ସହ ସମସ୍ତଙ୍କୁ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବାକୁ ଅନୁରୋଧ କରିଛନ୍ତି। ଏବେ ଶପଥ ନେବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି କାମଚଳା ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ସମ୍ଭାଳିବେ। ଏହା ପୂର୍ବରୁ ସନ୍ଧ୍ୟାରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ସୁଷମା ସ୍ବରାଜ, ସ୍ମୃତି ଇରାନୀ ସମେତ ବହୁ ନେତା ମନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ କ୍ୟାବିନେଟର ୧୬ଶ ଲୋକ ସଭା ଭଙ୍ଗ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।

Share