ଖୋର୍ଦ୍ଧା ଅଫିସ,୨୭-୧୧:ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ ଡିସେମ୍ବର ୮ରେ ଅନୁଷ୍ଠିତ ହେବ। ଏହି ଶିଳାନ୍ୟାସ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏଥିପାଇଁ ରାଷ୍ଟ୍ରପତିଙ୍କ ବରୁଣେଇ ଗସ୍ତ ଚୂଡାନ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ କ୍ଷେତ୍ର ବରୁଣେଇରେ ଡିସେମ୍ବର ୧ରୁ ୮ ତାରିଖ ପର୍ଯ୍ୟନ୍ତ ବଣ ଭୋଜି ବନ୍ଦ ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ଏସ୍ପି ସିକ୍ୟୁରିଟ୍ ଉଇଙ୍ଗିସ୍ କାହ୍ନୁ ଚରଣ ପଟ୍ଟନାୟକ ବରୁଣେଇକୁ ମଙ୍ଗଳବାର ଆସିଥିଲେ। ଜିଲାପାଳ ସିତାଂଶୁ କୁମାର ରାଉତ, ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରସାଦ ସ୍ବାଇଁଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୯.୬୪୪ ଏକର ଜମିରେ ପାଇକ ସ୍ମାରକୀ ନିର୍ମାଣ ହେବ।