ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ ବିବାହ କୋଚିର ଏକ ହୋଟେଲରେ ଅନୁଷ୍ଠିତ ହେବାର ଥିଲା। ସେ ୮ ମାସ ପୂର୍ବରୁ ହୋଟେଲ ବୁକିଂ କରିଥିଲେ। ରାଷ୍ଟ୍ରପତିଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ଏହି ହୋଟେଲରେ ରହିବାର ଥିଲା। ଏଥିପାଇଁ ହୋଟେଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି କାରଣରୁ ଆଶଲେଙ୍କ ବିବାହ ଉତ୍ସବ ପ୍ରଭାବିତ ଆଶଙ୍କା ଥିଲା। ସେ କୋଚିରେ ହିଁ ବିବାହ କରିବାକୁ ଚାହୁଁଥିଲେ। ଏନେଇ ସେ ଟୁଇଟ୍‌ କରି ରାଷ୍ଟ୍ରପତି ଭବନକୁ ସହାୟତା ମାଗିଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ହୋଟେଲକୁ ପଠାଯାଇଥିଲା। ସୁରକ୍ଷା ପାଇଁ ବିଦେଶୀ ମହିଳାଙ୍କ ବିବାହ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ଧ୍ୟାନ ଦେବାକୁ ଚିଠିରେ ଲେଖାଯାଇଥିଲା। ପରେ ହୋଟେଲ କର୍ତ୍ତୃପକ୍ଷ ବ୍ୟବସ୍ଥ ଗ୍ରହଣ କରିଥିଲେ। ଆଶଲେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ରାଷ୍ଟ୍ରପତି ତାଙ୍କୁ ବିବାହର ଶୁଭକାମନା ଜଣାଇଥିଲେ।

Share