Categories: ଜାତୀୟ

ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ବିନୟଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଖାରଜ କରି ଦେଇଛନ୍ତି। ଏବେ ଏହି ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ସୁପ୍ରିମକୋର୍ଟ ପବନଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଶନିବାର ବିନୟଙ୍କ ଆବେଦନ ଖାରଜ ହେବା ଫଳରେ ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଛି। ପବନ ଘଟଣା ସମୟରେ ଅର୍ଥାତ୍‌ ୨୦୧୨ରେ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଅନ୍ୟପଟେ ଏମାନଙ୍କ ଫାଶୀ ଦେବାର ତାରିଖ ଫେବୃୟାରୀ ୧ ଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ଏମାନଙ୍କୁ ଫାଶୀ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା।

Share