Categories: ଜାତୀୟ

ରାଷ୍ଟ୍ରପତିଙ୍କ ନିକଟକୁ ଗଲା ନିର୍ଭୟା ଅଭିଯୁକ୍ତଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୬।୧୨: ରାଜଧାନୀ ଦିଲ୍ଲୀରେ ଦୀର୍ଘ ୭ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର ଘଟଣାର ଏବେ ସମାଧାନ ହେବାକୁ ଯାଉଛି। ହାଇଦ୍ରାବାଦ ପରେ ନିର୍ଭୟା ଗଣବଳାତ୍କାର ଘଟଣାରେ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। କାରଣ ଶୁକ୍ରବାର ଏହି ଘଟଣାର ଅଭିଯୁକ୍ତଙ୍କ କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛି। ପ୍ରଥମେ ଏମାନେ ଦିଲ୍ଲୀ ସରକାରଙ୍କ ନିକଟରେ କ୍ଷମା ଆବେଦନ କରିଥିବା ବେଳେ ଏହାକୁ ସରକାର ଖାରଜ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ। ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ରାଷ୍ଟ୍ରପତିଙ୍କ ଉପରେ ସେ ଏହାକୁ ଗ୍ରହଣ କରୁଛନ୍ତି ନା ଖାରଜ କରୁଛନ୍ତି।

Share