Categories: ଜାତୀୟ

ରାଷ୍ଟ୍ରପତିଙ୍କ ବଙ୍କେଟ ହଲ୍‌କୁ ସୋନିଆଙ୍କୁ କରାଗଲାନି ଆମନ୍ତ୍ରଣ

ନୂଆଦିଲ୍ଲୀ,୨୫।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ତାଙ୍କ ଗସ୍ତର ଶେଷ ଦିନ। ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଡିନରର ବ୍ୟବସ୍ଥା କରିଛନ୍ତି। ରାଷ୍ଟ୍ରପତି ଭବନର ବଙ୍କେଟ ହଲ୍‌ରେ ଏହି ଡିନର ପାର୍ଟିର ଆୟୋଜନ କରାଯାଇଛି। ଏଥିରେ ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି। ଏଥିରେ ୯୦ରୁ ୧୦୦ଜଣ ସାମିଲ ହେବେ। ତେବେ ଅତିଥିଙ୍କ ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଗୁଲାମ ନବୀ ଆଜାଦଙ୍କ ନାଁ ରହିଛି। କିନ୍ତୁ କଂଗ୍ରେସ ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନାଁ ନାହିଁ। କୁହାଯାଉଛି ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କୁ ନିମନ୍ତ୍ରଣ କରାଯାଇନାହିଁ। ଏଥିଯୋଗୁ କଂଗ୍ରେସର ଉକ୍ତ ନେତା ମଧ୍ୟ ଏହି ପାର୍ଟିରେ ଯୋଗଦେବେ ନାହିଁ ବୋଲି ଶୁଣିବାକୁ ମିଳିଛି। ତେବେ ସୋନିଆକୁ କାହିଁକି ନିମନ୍ତ୍ରଣ କରାଯାଇନାହିଁ ସେନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share