ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ

କାବୁଲ,୧୭।୯ : ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏକ କାରରେ ବୋମା ରଖାଯାଇଥିବା ପୋଲିସ କହିଛି। ତେବେ ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୨ରୁ ଅଧିକ ଆହତ ହୋଇଥିବା ସ୍ଥାନୀୟ ଗଭର୍ନରଙ୍କ ମୁଖପାତ୍ର ଓ୍ବାହିଦା ଶାହକାର କହିଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ. ସେପ୍ଟେମ୍ବର ୨୮ରେ ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେବେ ତାଲିବାନ ପକ୍ଷରୁ ଏହାର ବିରୋଧ କରାଯାଇ ଏଭଳି କାଣ୍ଡ ରଚାଯାଉଥିବା ପ୍ରଶାସନ କହିଛି।

Share