Categories: ଜାତୀୟ

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କେବିନ୍ଦ। ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ ଜଷ୍ଟିସ ବୋବଡେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ୧୭ରେ କାର୍ଯ୍ୟରୁ ଅବସର ନେବେ। ରାଷ୍ଟ୍ରପତି ଜଷ୍ଟିସ ବୋବଡେଙ୍କୁ ଶପଥ ପାଠ କରାଇବେ। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରହିସାରିଥିବା ବୋବଡେ ୨୦୧୩ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୧ ଏପ୍ରିଲ ୨୩ରେ ସେ କାର୍ଯ୍ୟରୁ ଅବସର ନେବେ।

Share