ରାଷ୍ଟ୍ରପତି ପୁଟିନ୍‌ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି

ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଏବେ ମଧ୍ୟ ତାଙ୍କ ଅଫିସ୍‌ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର କରୁଛନ୍ତି। ନିକଟରେ ଜାରି ହୋଇଥିବା ପୁଟିନ୍‌ଙ୍କ ଏକ ଅଫିସ୍‌ ଫଟୋରୁ ଏହା ଜଣାପଡ଼ିଛି। ୭୬ ବର୍ଷ ବୟସ୍କ ପୁଟିନ୍‌ଙ୍କ ପାଖରେ ନିଜର ସ୍ମାର୍ଟଫୋନ୍‌ ମଧ୍ୟ ନାହିଁ। ରୁଷିଆ ମିଡ଼ିଆ ଅନୁସାରେ କେତେକ ଗୁପ୍ତ ତଥ୍ୟ ଷ୍ଟୋର ରଖିବା ପାଇଁ ସରକାର ବିଦେଶୀ ସଫ୍ଟଓ୍ବେରର ବ୍ୟବହାର କରିବାକୁ ପସନ୍ଦ କରି ନ ଥାନ୍ତି। ତେଣୁ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର କରାଯାଉଛି। ସୂଚନାଯୋଗ୍ୟ,ମାଇକ୍ରୋସଫ୍ଟ ପକ୍ଷରୁ ୨୦୦୧ରେ ଓ୍ବିଣ୍ଡୋ ଏକ୍ସପି ପ୍ରଚଳନ କରାଯାଇଥିଲା।

Share