ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ କମଲା ହାରିସ୍‌

ଓ୍ବାଶିଂଟନ,୫ା୧୨: ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଲା ହାରିସ୍‌ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ସେ ଜୋର୍‌ଦାର ପ୍ରଚାର ଆରମ୍ଭ କରିଥିଲେ ହେଁ ପାଣ୍ଠି ଅଭାବରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗଭୀର ଦୁଃଖ ଓ କୃତଜ୍ଞତା ସହ ନିର୍ବାଚନ ପ୍ରଚାରକୁ ବନ୍ଦ ରଖୁଛି ବୋଲି ମଙ୍ଗଳବାର ସେ ଟୁଇଟ୍‌ କରିଥିଲେ। ସତ କଥା ହେଲା ପ୍ରଚାର ଚଳାଇ ରଖିବା ଲାଗି ଆବଶ୍ୟକ ଆର୍ଥତ୍କ ସମ୍ବଳ ତାଙ୍କ ପାଖରେ ନାହିଁ। ଗତ କିଛିଦିନର ଉଦ୍ୟମ ସତ୍ତ୍ୱେ ପାଣ୍ଠି ଯୋଗାଡ଼ ସମ୍ଭବ ନ ହେବାରୁ ଜୀବନର ସବୁଠୁ କଠିନ ନିଷ୍ପତ୍ତି ନେବାକୁ ପଡିଲା ବୋଲି ହାରିସ କହିଛନ୍ତି। କାଲିଫର୍ନିଆ ସିନେଟର ହାରିସଙ୍କ ମାଆ ଶ୍ୟାମଳା ଗୋପାଳନ ଭାରତୀୟ ହୋଇଥିବାବେଳେ ବାପା ଡୋନାଲ୍ଡ ହାରିସ ଆଫ୍ରିକୀୟ ଜାମାଇକାନ୍‌।

Share