Advertisement

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋ ବିଡେନଙ୍କ ନାମ ଘୋଷଣା କଲା ଡେମୋକ୍ରାଟିକ ପାର୍ଟି

ଓ୍ବାଶିଂଟନ,୬।୬: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟି, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଛି। ଶୁକବ୍ରାର ରାତିରେ ଏକ ବୟାନରେ ବିଡେନ କହିଛନ୍ତି ଡେମୋକ୍ରାଟିକ ପାର୍ଟିର ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥୀଙ୍କ ସହ ନାମାଙ୍କନ ପାଇଁ ସାକ୍ଷାତ୍‌ କରିବା ମୋ ପାଇଁ ବଡ ସମ୍ମାନର କଥା। ଆମେରିକା ଭଳି ଶକ୍ତିଶାଳୀ ଦେଶରେ ସମସ୍ତ ନାଗରିକଙ୍କ ଭୋଟ ହାସଲ କରିବା ପାଇଁ ଏବେଠାରୁ ନଭେମ୍ବର ୩ ମଧ୍ୟରେ ଦେଶବାସୀଙ୍କ ସହ ସବୁଦିନ କଟାଇବାକୁ ଚାହାନ୍ତି ବୋଲି ବିଡେନ କହିଛନ୍ତି। ତାହେଲେ ଯାଇ ଆମେରିକା ଭଳି ରାଷ୍ଟ୍ରର ଆତ୍ମା ପାଇଁ ଆମେ ଲଢିପାରିବା। ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ଆରମ୍ଭ କଲେ ଅନ୍ୟମାନେ ମଧ୍ୟ ଏଥିରେ ଯୋଡି ହୋଇଯିବେ ବୋଲି ବିଡେନ ଆଶା ପୋଷଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share