ରାଷ୍ଟ୍ରପତି ଭବନରେ କରୋନା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଭବନରେ ମୁତୟନ ଥିବା ଏସିପିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଏସିପି ଜଣକ ପୂର୍ବ ଦିଲ୍ଲୀର କାରକାରଡୋମା ସରକାରୀ କ୍ୱାଟରରେ ବାସ କରୁଥିଲେ। ତାଙ୍କ ସହିତ ମିଳାମିଶା କରିଥିବା ୬ ଜଣ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ନମୁନା ପରୀକ୍ଷା ଲାଗି ପଠାଯାଇଛି।

Share