Categories: ଜାତୀୟ

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ପରଷା ଯିବ ସ୍ପେଶାଲ ଡାଲ ରାଇସିନା

ନୂଆଦିଲ୍ଲୀ,୨୫।୨: ଆମେରିକାର ରାଷ୍ଟ୍ରପତି ପରିବାର ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ତାଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତୀୟ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି। ହେଲେ ଏହାକୁ ପ୍ରସ୍ତୁତ କରିବାକୁ ଆମେରିକୀୟ ମସଲାର ବ୍ୟବହାର କରାଯିବ ବୋଲି ଜଣାପଡିଛି। ତେଣୁ ଏଥିରେ ଭାରତ-ଆମେରିକା ଟେଷ୍ଟ ରହିବ ବୋଲି କୁହାଯାଉଛି। ଏହି ଖାଦ୍ୟ ତାଲିକାରେ ରହିଛି ସାଲମନ ମାଛର ଟିକ୍କା, ଆଳୁ ଟିକ୍କା, କ୍ଲିୟର ସୁପ୍‌, ରାଇସିନା ଡାଲ, ଦମ ଗୁଚ୍ଚି ମଟର, ଦମ ଗୋସ୍ତ ବିରିୟାନୀ। ଏହାସହ ମାଲପୁଆ, ରାବିଡି, ଭାନିଲା ଆଇସ କ୍ରିମ୍‌, ଚା’, କଫି ଓ ପାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଆମେରିକା ରାଷ୍ଟ୍ରପତି ପରିବାରଙ୍କ ଏହି ସ୍ବତନ୍ତ୍ର ଭୋଜନ ପାଇଁ ପ୍ରାୟ ୩୨ ଜଣ ଶେଫ୍‌ ନିୟୋଜିତ ହୋଇଥିବା କୁହାଯାଏ। ଏଥିରେ ମୁଖ୍ୟ ଆକର୍ଷଣ ରହିବ ଡାଲ ରାଇସିନା ଯାହା ରାଷ୍ଟ୍ରପତି ଭବନର ସ୍ବତନ୍ତ୍ରତା ବହନ କରେ।

Share