ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋଟାବାୟା

କଲମ୍ବୋ,୧୯ା୧୧(ପି.ଟି.): ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଗୋଟାବାୟା ରାଜପାକ୍‌ସେ ସୋମବାର ବୌଦ୍ଧ ମନ୍ଦିରରେ ଶପଥ ଗ୍ରହଣ କରିଛନ୍ତି। ସମର୍ଥନ ଲାଗି ସେ ସଂଖ୍ୟାଗରିଷ୍ଠ ସିଂହଳି ସମେତ ତାମିଲ ଓ ମୁସଲମାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବତନ ପ୍ରତିରକ୍ଷା ସଚିବ ଗୋଟାବାୟା ରାଷ୍ଟ୍ରପତି ନିର୍ବାଚନରେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ରାଜଧାନୀ କଲମ୍ବୋଠାରୁ ୨୦୦ କିଲୋମିଟର ଦୂର ରୁଓ୍ବାନଓ୍ବେଲି ସେୟା ବୈଦ୍ଧସ୍ତୂପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Share