Categories: ଜାତୀୟ

ରାଷ୍ଟ୍ରପତି ଶାସନ ପାଇଁ ମଞ୍ଜୁରୀ ଦେଲା ମୋଦି କ୍ୟାବିନେଟ: କୋବିନ୍ଦଙ୍କ ଅନୁମୋଦନକୁ ଅପେକ୍ଷା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୃତୀୟ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଯାହାର ସମୟ ସୀମା ଥିଲା ମଙ୍ଗଳବାର ରାତି ୮ଟା ୩୦। ହେଲେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ ଜରୁରୀ କ୍ୟାବିନେଟ ବୈଠକ ଡକାଇଥିଲେ। ମଙ୍ଗଳବାର ମୋଦି ବ୍ରାଜିଲ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ତାଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଅକ୍ଟୋବର ୨୪ରୁ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ ସରକାର ଗଠନକୁ ନେଇ କୌଣସି ଆଭାସ ମିଳୁ ନ ଥିବା ଓ ସବୁ ଦଳ ପରସ୍ପରର ଗୋଡ ଟଣାଟଣି ହେଉଥିବାରୁ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ଦେଖି ମୋଦି କ୍ୟାବିନେଟ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାପରେ ଏବେ ସମସ୍ତଙ୍କ ନଜର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଉପରେ।

Share