Categories: ଜାତୀୟ

ରାଷ୍ଟ୍ରପତି ସିଏଏ ପ୍ରସଙ୍ଗ ଉଠାଇବା କ୍ଷଣି ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ, ୩୧।୧: ବଜେଟ୍‌ ଅଧିବେଶନ ପୂର୍ବରୁ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟପତି କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ଦ୍ୱାରା ଦୀର୍ଘଦିନର ସ୍ବପ୍ନ ସାକାର ହୋଇଛି। ସିଏଏ ଲାଗୁ ହେବା ଦ୍ୱାରା ଜାତିର ପିତା ମହାତ୍ମା ଇଚ୍ଛା ପୂରଣ ହୋଇଛି ବୋଲି ଏହାକୁ ନେଇ ଚାଲିଥିବା ହିଂସା ଦେଶକୁ ଦୁର୍ବଳ ଆଡକୁ ନେଉଛି ବୋଲି କହିଛନ୍ତି। ସିଏଏ ପ୍ରସଙ୍ଗ ଉଠିବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା କରିବା ସହ ଏହି ଆଇନ ବିରୋଧରେ ନାରାବାଜି କରିଥିଲେ।

Share