ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସୁରକ୍ଷା: ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ

ବଅଁରପାଳ,୧୦।୬(ଡି.ଏନ୍‌.ଏ.): ଲାଭଦାୟକ ସଂସ୍ଥା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ମସୁଧା କରୁଛନ୍ତି। ଏହାର ବିରୋଧରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ବୁଧବାର ବିକ୍ଷୋଭ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲା ନାଲ୍‌କୋ ଆଲୁମିନିୟମ ମଜଦୁର ସଂଘ ପକ୍ଷରୁ ନାଲ୍‌କୋ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସୁରକ୍ଷା, ନାଲ୍‌କୋରୁ ଘରୋଇକରଣ ଯୋଜନାକୁ ବନ୍ଦ ଆଦି ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ବିନୋଦ ସାମଲ, ପରମାନନ୍ଦ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share