Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୧.୨୨%

ଭୁବନେଶ୍ୱର,୨୯-୨(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ଅପରିବର୍ତ୍ତିତ ୩୩୦ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୬ ପଏଣ୍ଟ ଥିଲା। ଏଥିରେ ୩ ପଏଣ୍ଟ ବୃଦ୍ଧି ପାଇ ୩୪୯ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୪୨ ପଏଣ୍ଟ ଥିବା ବେଳେ ଏଥିରେ ୭ ପଏଣ୍ଟ ହ୍ରାସ ଘଟିଛି। ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୫୭.୩% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୯୨ % ବୃଦ୍ଧି ଘଟି ୧୬୧.୨୨% ହୋଇଛି। ଆର୍ଥତ୍କ ବର୍ଷ ମାର୍ଚ୍ଚ କ୍ଲୋଜିଂ ଯୋଗୁ ସେମାନେ ଏହି ବର୍ଦ୍ଧିତ ଡିଏ ଏପ୍ରିଲ ପହିଲାରୁ ପାଇବେ।
ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଜାନୁୟାରୀ ୩୧ ଏବଂ ଫେବୃୟାରୀ ପହିଲାରେ ଧର୍ମଘଟ କରିଥିଲେ , ସେମାନେ ବର୍ତ୍ତମାନ ୭୫.୯% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୧.୪% ବୃଦ୍ଧି ଘଟି ୭୭.୩% ହୋଇଛି। ଏହା ମେ ମାସ ପହିଲାରୁ ଲାଗୁ ହେବ। ବୀମା କର୍ମଚାରୀମାନେ ବର୍ତ୍ତମାନ ୬୯.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୧.୪% ବୃଦ୍ଧି ଘଟି ୭୦.୬ % ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ମେ ମାସ ପହିଲାରୁ ପାଇବେ।
ସାରା ଦେଶର ଅବସରପ୍ରାପ୍ତ ଓ କାର୍ଯ୍ୟରତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଏଥିରେ ୮% ବୃଦ୍ଧି ଘଟି ୨୫% ହୋଇଛି। ଏହା ମଧ୍ୟରୁ ୪% ସେମାନେ ଜାନୁୟାରୀ ପହିଲାରୁ ପିଛିଲା ଭାବେ ପାଇବେ। ଅବଶିଷ୍ଟ ୪% ସେମାନେ ରିଜର୍ଭ ବ୍ୟାଙ୍କର ବାର୍ଷିକ ଜୁନ୍‌ କ୍ଲୋଜିଂ ପାଇଁ ଜୁଲାଇ ପହିଲାରେ ପାଇବେ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡିମାନେ ମଧ୍ୟ ୨୧% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତା ୪% ବଢିଛି। ସେମାନେ ୨୫% ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପାଇବେ। ସୋମବାର ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

Share