Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୭୦,୦୦୦ କୋଟି

ନୂଆଦିଲ୍ଲୀ,୬-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ସରକାର ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟାଙ୍କଗୁଡିକୁ ସଶକ୍ତ କରିବା ଦିଗରେ ସହାୟକ ହେବ। ଏହା ଫଳରେ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ଧାରା ତ୍ୱରାନ୍ବିତ ହେବ ବୋଲି ସରକାର କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଏନ୍‌ପିଏ ୧ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଗତ ୪ ବର୍ଷରେ ଆଇବିସି ଦ୍ୱାରା ବ୍ୟାଙ୍କଗୁଡିକ ୪ ଲକ୍ଷ କୋଟି ଟଙ୍କା ଫେରି ପାଇଛନ୍ତି। ଘରୋଇ ବଜାରରେ ଋଣ ପ୍ରଦାନ ଧାରାରେ ୧୩% ଅଭିବୃଦ୍ଧି ହୋଇଥିବା ସେ କହିଛନ୍ତି। ଏହାବାଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣଧାରା ଜାରି ରହିବ ବୋଲି ସୀତାରାମନ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସଂଖ୍ୟା ୮କୁ କମିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ଶୁକ୍ରବାର ବ୍ୟାଙ୍କଗୁଡିକର ଶେୟାର କାରବାର ୫% ବଢିଛି।

Share