ନୂଆଦିଲ୍ଲୀ,୨୦-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷର ୬ ମାସ ମଧ୍ୟରେ ଦେଶ ମଧ୍ୟରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୯୫,୭୬୦ କୋଟି ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏପ୍ରିଲ-ସେପ୍ଟେମ୍ବର ସମୟରେ ବ୍ୟାଙ୍କଗୁଡିକରେ ୫୭୪୩ ଠକେଇ ଘଟଣା ସାମ୍ନାକୁ ଆସିଛି। ବ୍ୟାଙ୍କଠକେଇକୁ ରୋକିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସୀତାରାମନ କହିଛନ୍ତି। ଭୂତ କମ୍ପାନୀ ବିରୋଧରେ କଟକଣା ମୁତାବକ ୩.୩୮ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ରଦ୍ଦ କରାଯାଇଛି। ଆର୍ଥତ୍କ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।