Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସରକାରଙ୍କ ମେଗା ଆତ୍ମନିର୍ଭର ଭାରତ ପ୍ୟାକେଜ ଲାଗୁ କରାଇବା ଦିଗରେ ବ୍ୟାଙ୍କଗୁଡିକ ସହଯୋଗ କରନ୍ତୁ ବୋଲି ସେ ଏହି ଅବସରରେ ଆହ୍ବାନ ଜଣାଇଛନ୍ତି। ସରକାର ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ରେପୋ ହ୍ରାସ କରିଛି। ଏହାବାଦ କେନ୍ଦ୍ର କ୍ୟାବିନେଟ ଗୁରୁବାର ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ସରକାରଙ୍କ ଏହି ଯୋଜନାଗୁଡିକ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଦିଗରେ ସହାୟକ ହେବ ବୋଲି ସୀତାରାମନ ମତପ୍ରକାଶ କରିଛନ୍ତି।

Share