Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୦-୧୦:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ମାସ ୧୪ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡିକରେ ସ୍ଥିତିକୁ ତଥା ଅନ୍ୟ ପ୍ରସଙ୍ଗଗୁଡିକୁ ସେ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ଏହାବାଦ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ଧାରାରେ ଉନ୍ନତି ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା କରାଯିବ। ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ, ଏମ୍‌ଏସ୍‌ଏମ୍‌ଇକୁ ପ୍ରଦାନ କରାଯାଉଥିବା ଋଣ ସ୍ଥିତିକୁ ସେ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।

Share