ରାଷ୍ଟ୍ରୀୟ ସଙ୍ଗିତ ଗାନ କରିବା ସମୟରେ ଦକ୍ଷିଣ ସୁଦାନ ରାଷ୍ଟ୍ରପତିଙ୍କ ପ୍ୟାଣ୍ଟ ହୋଇଗଲା ଓଦା!

ଯୁବା,୭ ।୧: ଦକ୍ଷିଣ ସୁଦାନର ରାଷ୍ଟ୍ରପତି ସଲଭା କିର ମୟାର୍ଡିଂଟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଭିଡିଓକୁ ନେଇ ଖବରଦାତା ଓ ସରକାରଙ୍କ ମଧ୍ୟରେ ଜବରଦସ୍ତ ଟଣାଭିଡା ହେଉଛି । କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କ ଏହି ଭିଡିଓକୁ ନେଇ ଦକ୍ଷିଣ ସୁଦାନର ୬ ଖବରଦାତାଙ୍କୁ ଅଟକ ରଖାଯାଇଛି । ଖବରଦାତାଙ୍କ ସୁରକ୍ଷା ପାଇଁ ସମିତି(ସିପିଜେ)ପ୍ରେସ ସ୍ୱତନ୍ତ୍ରତା ୱାଚଡଗ ଅନୁଯାୟୀ, ଏହି ଅନଧିକୃତ ଭିଡିଓ ଫୁଟେଜକୁ ଜାରି କରିବା ସନ୍ଦେହ କରିଖବରଦାତାଙ୍କୁ ଅଟକ ରଖାଯାଇଛି ।
ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି । ଯେଉଁଥିରେ ତାଙ୍କ ପ୍ୟାଣ୍ଟ ଓଦା ହୋଇଯାଇଥିବା ଦେଖାଦେଇଛି । ଏକ ପବ୍ଲିକ ପ୍ରୋଗ୍ରାମ ସମୟରେ ରାଷ୍ଟ୍ରପତିଙ୍କୁ ଏହି ଅବସ୍ଥାରେ ଦେଖିବାକୁ ମିଳିଛି । କୁହାଯାଉଛି କି ସମ୍ଭବତଃ ସେ ପ୍ୟାଣ୍ଟରେ ପରିସ୍ରା କରି ଦେଇଛନ୍ତି ।

Share