ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପାଇଁ ନାଁ ବାଛିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଗତ ସପ୍ତାହରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପଦରୁ ଜନ୍‌ ବୋଲ୍ଟନଙ୍କୁ ପଦରୁ ହଟାଇବା ପରେ ମଙ୍ଗଳବାର ଏହି ପଦ ପାଇଁ ୫ ଜଣଙ୍କ ନାଁ ବାଛିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ବୋଲ୍ଟନଙ୍କ କଥାକୁ ଟ୍ରମ୍ପ ଓ ତାଙ୍କ ପ୍ରଶାସନ ଗ୍ରହଣ କରିପାରୁ ନ ଥିବାରୁ ଶେଷରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଇରାନ, ଉତ୍ତର କୋରିଆ ଓ ଆଫଗାନିସ୍ତାନ ଭଳି ପ୍ରମୁଖ ବିଦେଶନୀତିକୁ ଚ୍ୟାଲେଞ୍ଜ ଦେବା ପାଇଁ ବୋଲ୍ଟନଙ୍କ ପରାମର୍ଶକୁ କେହି ଗ୍ରହଣ କରିପାରି ନ ଥିଲେ। ଫଳରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା।

Share