ରାଷ୍ଟ୍ର ନିର୍ମାଣର ସୈନିକ ହୁଅ

ପୁରୀ ଅଫିସ, ୧୦ା୧୨ : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ହେରିଟେଜ ହଲ୍‌ରେ ମଙ୍ଗଳବାର ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପଟପ୍‌ ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ୩ଶହ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ବଣ୍ଟନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ସମ୍ବୋଧନ କରି ରାଷ୍ଟ୍ର ନିର୍ମାଣରେ ସୈନିକ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏ ଦେଶର ଛାତ୍ରୀଛାତ୍ର ସୁଦୃଢ ହେଲେ ଭବିଷ୍ୟତର ଭାରତ ସଶକ୍ତ ଓ ସୁଦୃଢ଼ ହେବ ବୋଲି କହିଥିଲେ। କଲେଜ ଅଧ୍ୟକ୍ଷା ପ୍ରଫେସର ସୁଜାତା ମହାପାତ୍ର ଶୃଙ୍ଖଳିତ ହେବା ସହ ଜ୍ଞାନର ପରିସୀମାକୁ ବିକଶିତ କର ବୋଲି କହିଥିଲେ। ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ରବୀନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ।