ରାଶନକାର୍ଡ ଦାବି: ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହୋ-ହାଲ୍ଲା

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ଦୀର୍ଘ ମାସର ନୀରବତା ପରେ ପୁଣି ରାଶନ କାର୍ଡ ତାତି ଦେଖିବାକୁ ମିଳିଛି l ଗଞ୍ଜାମ ଜିଲା ଦାମୋଦରପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ଆମେ ରାଶନ କାର୍ଡ ପାଇବାକୁ ଯୋଗ୍ୟ, ଆମକୁ ରାଶନ କାର୍ଡ କାହିଁକି ପ୍ରଦାନ କରାଯାଉନି ବୋଲି ସୋମବାର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ହୋ-ହାଲ୍ଲା କରିଥିଲେ। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା l ଅଭିଯୋଗ ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଇଓ ଦାସ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Share