ରାସ୍ତାକଡ଼କୁ ଓଲଟିଲା ସ୍କୁଲ ବସ୍‌

ବାସୁଦେବପୁର,୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର-ବାଲିଛନ୍ଦା ଘାଟ ରାସ୍ତା କଣ୍ଟିଆ ନାଳୀପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଏକ ସ୍କୁଲ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ବସ୍‌ରେ ବାସୁଦେବପୁର ଅଞ୍ଚଳର ୭/୮ ଜଣ ଛାତ୍ର ଥିବାବେଳେ ସେମାନେ ଆହତ ହୋଇଛନ୍ତି। ଗାଡ଼ି ଡ୍ରାଇଭର ସୋର ତେଣ୍ଟେଇ ଗ୍ରାମର ଦେବେନ୍ଦ୍ର ମଳିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଅନନ୍ତପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ ବାସୁଦେବପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share