ରାସ୍ତାକଡ଼ରୁ ଅସହାୟଙ୍କୁ ଉଦ୍ଧାର କରି ଭିମ୍‌ସାରରେ ଭର୍ତ୍ତି କଲେ ସାମାଜିକ କର୍ମୀ

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସମସ୍ତଙ୍କୁ ଭୟାତୁର କରିଛି । ରାସ୍ତା କଡରେ ପଡି ରହିଥିବା ଅସହାୟମାନଙ୍କୁ ମଧ୍ୟ ସେବା କରିବା ପାଇଁ ଜନସାଧାରଣ ଭୟ କରୁଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସାମାଜିକ କର୍ମୀମାନେ ଭୟଭୀତ ନ ହୋଇ ଅସହାୟଙ୍କୁ ସହଯୋଗ କରୁଥିବା ନଜିର ରହିଛି । ବୁର୍ଲା ଭିମ୍‌ସାର ସମ୍ମୁଖ ରାସ୍ତାରେ ୨ ଦିନ ହେବ ଜଣେ ଅଜଣା ବ୍ୟକ୍ତି ଅସହାୟ ବ୍ୟକ୍ତି ପଡି ରହିଥିଲେ, ଯାହାଙ୍କ ବୟସ ପ୍ରାୟ ୫୫ ବର୍ଷ ଭିତରେ ହେବ । କିନ୍ତୁ କେହି ତାଙ୍କୁ ଆହା ମଧ୍ୟ କରୁ ନ ଥିଲେ । ଭିମ୍‌ସାରରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କଠାରୁ ଏହି ଖବର ପାଇ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବୁର୍ଲାର ସାମାଜିକ କର୍ମୀ ବାବା ବାଗ, ସନ୍ତୋଷ ବାହାଦୁର, କୈଳାଶ ସୁନା ପ୍ରମୁଖ ଅସହାୟଙ୍କୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।

Share