ରାସ୍ତାକଡ଼ରୁ ପେଟିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ, ୨୨।୬:  ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଦାଣ୍ଡବାସୁଳି ମନ୍ଦିର ନିକଟରୁ ଶନିବାର ପୂର୍ବାହ୍ନରେ ଏକ ପେଟି ଭିତରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଛି। ପେଟି ଭିତରେ ରାସ୍ତାକଡ଼ରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖି ସେଠାରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ପୋଲିସ ପହଞ୍ଚି ମୃତଦେହକୁ ନେବା ପରେ ଭିଡ଼ ନିୟନ୍ତ୍ରଣ ହୋଇଥିଲା। ରାସ୍ତାକଡ଼ରେ କିଏ ଓ କାହିଁକି ଏଭଳି ପେଟି ଭିତରେ ମୃତଶିଶୁକୁ ପକାଇଲେ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। ପୋଲିସ ଘଟଣାର ତଦନ୍ତ କରୁଛି।