ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିତ୍ରଡା,୧୦ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଶୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ। ସେ ଗତ ୨ ବର୍ଷ ହେବ ଶ୍ୱଶୁର ଘର ବୈଶିଙ୍ଗା ଥାନା ଅଧୀନ ଗୋଡ଼ଗଡ଼ିଆରେ ରହୁଥିଲେ। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା ପରେ ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଖବରପାଇ ବେତନଟୀ ଏବଂ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲ ପଠାଯାଇଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୯୦/୧୯) ରୁଜୁ ହୋଇଛି।